କଂଗ୍ରେସ କହୁଛି ଦେଶଦ୍ରୋହ ଆଇନକୁ ଉଠାଇଦେବ, ଆମେ କିନ୍ତୁ ତାହାକୁ ଆହୁରି କଠୋର କରିବୁ : ରାଜନାଥ ସିଂ

କୁଲୁ (ହିମାଚଳ ପ୍ରଦେଶ) : କ୍ଷମତାକୁ ଆସିଲେ ଦେଶଦ୍ରୋହ ଆଇନକୁ ଉଠାଇଦେବାକୁ କଂଗ୍ରେସ କହୁଥିବାବେଳେ ବିଜେପି ତାହାର ଓଲଟା କଥା କହୁଛି । କ୍ଷମତାକୁ ଫେରିଲେ ଦେଶଦ୍ରୋହ ଆଇନକୁ ଆହୁରି କଠୋର କରିବାକୁ ଘୋଷଣା କରିଛି । ଏଠାରେ ଅନୁଷ୍ଠିତ ଏକ ଜନସଭାରେ ଗୃହମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଦେଶଦ୍ରୋହ ଆଇନକୁ ଏପରି କଡା କରାଯିବ ଯେ ସେ ସଂପର୍କରେ ଭାବିଲେ ଦେଶ ବିରୋଧୀଙ୍କ ଆତ୍ମା ଭୟରେ ଥରିଉଠିବ ।

କଂଗ୍ରେସ ଏହାକୁ ଉଠାଇଦେବାକୁ କହୁଛି, ଆମେ କିନ୍ତୁ ଏହାକୁ କଠୋର କରିବୁ ଯେପରିକି ଦେଶ ବିରୋଧରେ କେହି ଯିବାକୁ ସାହାସ କରିବ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ୨୦୦୪ ଓ ୨୦୧୯ ନିର୍ବାଚନରେ ଦେଶରେ ଦରଦାମ ବୃଦ୍ଧି ଏକ ନିର୍ବାଚନୀ ପ୍ରସଙ୍ଗ ନାହିଁ । କାରଣ ୨୦୦୪ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ଓ ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣରେ ରଖିଛନ୍ତି । ହିମାଚଳ ପ୍ରଦେଶର ୪ଟି ଲୋକସଭା ଆସନରେ ୧୯ ତାରିଖରେ ଭୋଟ ଗ୍ରହଣ ହେବ ।

ସମ୍ବନ୍ଧିତ ଖବର