ନୂଆଦିଲ୍ଲୀ: ଜାତୀର ପିତା ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିବା ନାଥୁରାମ ଗଡସେଙ୍କୁ ପ୍ରକୃତ ଦେଶପ୍ରେମୀ ବୋଲି କହି ଅଡୁଆରେ ପଡ଼ିଛନ୍ତି ସାଧ୍ୱୀ ପ୍ରଜ୍ଞା। ବିଜେପିର ଲୋକସଭା ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞାଙ୍କୁ ତାଙ୍କର ଏପରି ଭୁଲ୍ ପାଇଁ ତାଙ୍କୁ କେବେ ବି କ୍ଷମା କରିବେ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସାଧ୍ୱୀ ପ୍ରଜ୍ଞାଙ୍କ ବୟାନରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର କହିଛନ୍ତି ‘ମହାତ୍ମା ଗାନ୍ଧୀଙ୍କ ଅପମାନ କରିଥିବା ସାଧ୍ୱୀ ପ୍ରଜ୍ଞାଙ୍କୁ ମୁଁ କେବେ ବି କ୍ଷମା କରିବି ନାହିଁ।’
गांधी जी या गोडसे के बारे में जो बयान दिए गए हैं वो बहुत ख़राब है और समाज के लिए बहुत गलत हैं।
ये अलग बात है की उन्होंने माफ़ी मांग ली, लेकिन मैं उन्हें मन से कभी माफ़ नहीं कर पाऊंगा: पीएम मोदी #DeshKaGauravModi
— BJP (@BJP4India) 17 May 2019
ମୋଦୀ ଏକ ସାକ୍ଷାତ୍କାରରେ ଜଣାଇଛନ୍ତି ଯେ ଯଦିଓ ସାଧ୍ୱୀ ତାଙ୍କର ଏପରି ବୟାନ୍ ପାଇଁ କ୍ଷମା ମାଗି ସାରିଛନ୍ତି ମାତ୍ର ସେ କେବେ ବି ଏହି ବିଜେପି ନେତ୍ରୀଙ୍କୁ କ୍ଷମା କରିପାରିବେ ନାହିଁ। ଉଲ୍ଲେଖଯୋଗ୍ୟ, ଭୋପାଳ ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ଭାବେ ଚଳିତ ଥର ନିର୍ବାଚନ ଲଢୁଥିବା ସ୍ୱାଧୀ ପୂର୍ବରୁ ଅନେକ ଥର ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ ବିବାଦ ଘେରରେ ରହି ସାରିଛନ୍ତି।