ନୂଆଦିଲ୍ଲୀ : ୨୦୧୯ ନିର୍ବାଚନରେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ସାମୁଖ୍ୟ (ଏନଡିଏ) ପୁଣି ଥରେ ସଂଖ୍ୟାଗରିଷ୍ଠତା ସହ କ୍ଷମତାକୁ ଫେରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ନିଜର ୫ ବର୍ଷର କାର୍ଯ୍ୟକାଳରେ ପ୍ରଥମ ଥର ପାଇଁ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ତାଙ୍କ ସରକାର ପୁଣି ସଂଖ୍ୟାଗରିଷ୍ଠତା ପାଇ କ୍ଷମତାକୁ ଫେରିବ । ମେ ୧୭ ୨୦୧୪ରେ ଦେଶରେ ଏକ ସ୍ୱଚ୍ଛ ସରକାର ଆରମ୍ଭ ହୋଇଥିଲା । ଏହି ୫ ବର୍ଷରେ ଦେଶର ଜନତାଙ୍କ ସମର୍ଥନ ପାଇଁ କୃତଜ୍ଞ । ଏହି ୫ ବର୍ଷରେ ଭାରତ ଅନେକ ସଫଳତା ପାଇଛି । ସମଗ୍ର ବିଶ୍ୱକୁ ପ୍ରଭାବିତ କରିବାର କ୍ଷମତା ଭାରତର ରହିଛି ।

Advertisment

ଏହାପୂର୍ବରୁ ବିଜେପି ଅଧ୍ୟକ୍ଷ ଅମିତ ଶାହା କହିଥିଲେ ଯେ ଗତ ୫ ବର୍ଷର ଶାସନକାଳରେ ଦେଶର ସୁରକ୍ଷା ଓ ବିକାଶ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ସେହିପରି ସବକା କା ସାଥ ସବକା ବିକାଶ ପାଇଁ ସରକାର ସବୁବର୍ଗର ଲୋକଙ୍କ ପାଇଁ ମୋଟ ୧୩୩ଟି  ଯୋଜନା ଆରମ୍ଭ କରିଥିଲେ। । ସେହିପରି ଗାନ୍ଧିଙ୍କ ବିରୋଧୀ ମନ୍ତବ୍ୟ ପାଇଁ ୩ ଜଣ ବିଜେପି ସଦସ୍ୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି ବୋଲି ସେ କହିଛନ୍ତି ।