ଯାଜପୁର: ଯାଜପୁର ଜ଼ିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ମଧୁପୁରଗଡ଼ ପଂଚାୟତ ପନ୍ତୁରି ଗ୍ରାମରେ ଜଣେ ମହିଳା ଝିଅର ଦେହ ଖରାପ ଥିବାରୁ ସ୍ଥାନୀୟ ମନି ତାରିଣୀ ଠାକୁରାଣୀଙ୍କ ପାଖକୁ ପୂଜା କରିବାକୁ ଆସନ୍ତି। ତେବେ ଆଜି ରସୁଲପୁର ଅଞ୍ଚଳର ମହିଳା ସେଠାକୁ ଯାଇଥିବା ବେଳେ ତାଙ୍କ ଦେହରେ ଠାକୁରାଣୀ ଆସିବା କହି ଯୁବତୀଙ୍କୁ ଉଲଗ୍ନ କରି ଗାଁ ରାସ୍ତାରେ ନିର୍ମମ ଭାବେ ପିଟି ଚାଲିଲେ।
ଜେନାପୁର ଥାନା ଅନ୍ତର୍ଗତ ମଧୁପୁରଗଡ଼ ପଂଚାୟତ ପନ୍ତୁରି ଗ୍ରାମରେ ଜଣେ ମହିଳା ଝିଅର ଦେହ ଖରାପ ଥିବାରୁ ସ୍ଥାନୀୟ ମନି ତାରିଣୀ ଠାକୁରାଣୀଙ୍କ ପାଖକୁ ପୂଜା କରିବାକୁ ଆସନ୍ତି। ତେବେ ଆଜି ରସୁଲପୁର ଅଞ୍ଚଳର ମହିଳା ସେଠାକୁ ଯାଇଥିବା ବେଳେ ତାଙ୍କ ଦେହରେ ଠାକୁରାଣୀ ଆସିବା କହି ଯୁବତୀଙ୍କୁ ଉଲଗ୍ନ କରି ଗାଁ ରାସ୍ତାରେ ନିର୍ମମ ଭାବେ ପିଟି ଚାଲିଲେ।
ଏହି ଖବର ପୁଲିସ ପାଖରେ ପହଞ୍ଚିବା ପରେ ପୁଲିସ ମାଡ଼ ମାରିଥିବା ମହିଳା ଓ ଠାକୁରାଣୀଙ୍କୁ ନୀତିଦିନ ପୂଜା କରୁଥିବା ମହିଳାଙ୍କୁ ଅଟକ ରଖିଛନ୍ତି। ମହିଳାଙ୍କ ମାଡ଼ରେ ଯୁବତୀ ଜଣକ କ୍ଷତାକ୍ତ ହେବା ସହ ଅସୁସ୍ଥ ହୋଇ ପଡିଛନ୍ତି।.