ଛେଣ୍ଡିପଦାରେ ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଳା ଛେଣ୍ଡିପଦା ଗ୍ରାମରେ ତଳମଣ୍ଡଳୀ ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହାତୀ ଆକ୍ରମଣରେ ସାହିର ପୁୁରୁଷୋତ୍ତମ ପ୍ରଧାନଙ୍କ ପତ୍ନୀ ଦେବକୀ ପ୍ରଧାନଙ୍କ ମୃତ୍ୟୁ ଘଟିଛି। ତେବେ ରେବତୀଙ୍କ ସାଙ୍ଗରେ ଥିବା ଲବଙ୍ଗ ଦେହୁରୀ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଲବଙ୍ଗଙ୍କୁ ଖୋଜିବାକୁ ଯାଇଥିବା ତାଙ୍କ ସ୍ୱାମୀ ଏଯାବତ୍‌ ନିକୋଜ ଅଛନ୍ତି।

ସୂଚନା ଅନୁଯାୟୀ, ସାହିର ୩ ମହିଳା ମଙ୍ଗଳବା ପୂଜା କରିବା ପାଇଁ ଛେଣ୍ଡିପଦା ଜଙ୍ଗଲରୁ ପତର, ମହୁଳ ଓ ଚାର ସଂଗ୍ରହ କରିବାକୁ ଯାଇଥିଲେ। ସେହି ଜଙ୍ଗଲ ଭିତରେ ସେମାନେ ଏ ଦନ୍ତା ହାତୀ ହାବୁଡ଼ରେ ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ଶାନ୍ତି ପ୍ରଧାନ ଆକ୍ରମଣରୁ ନିଜକୁ ବଞ୍ଚାଇ ଗ୍ରାମକୁ ଦୌଡ଼ି ପଳାଇ ଆସିଥିଲେ। ସେ ଗାଁକୁ ଆସି ଗ୍ରାମବାସୀଙ୍କୁ ହାତୀ ଆକ୍ରମଣ ବିଷୟରେ କହିଥିଲେ।

ସମ୍ବନ୍ଧିତ ଖବର