ଜଳେଶ୍ଵର: କମର୍ଦ୍ଦା ଥାନା ନାଚିନ୍ଦା ଛକ ନିକଟରେ ଥିବା ଏକ ଜନସେବା କେନ୍ଦ୍ରକୁ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିବାକୁ ଆସୁଥିବା ବେଳେ ଜଣେ ମହିଳାଙ୍କର ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ମୃତ ମହିଳା ଜଣକ ହେଉଛନ୍ତି ମଙ୍ଗୁଳି ଭୂୟାଁଙ୍କ ଝିଅ ମିଟି (୫୭)। ମିଟି ତାଙ୍କ ସାନ ଭଉଣୀ ସହ ସୁଭଦ୍ରା ଯୋଜନା ପାଇଁ ନାଚିନ୍ଦା ଛକ ନିକଟସ୍ଥ ଏକ ମୋ ସେବା କେନ୍ଦ୍ରକୁ ପୂର୍ବାହ୍ନ ସାଢ଼େ ଦଶଟା ସମୟରେ ଆବେଦନ କରିବାକୁ ଆସୁଥିବା ବେଳେ ସେବାକେନ୍ଦ୍ରର ଅତି ନିକଟରେ ଏକ ବାଇକ ମିଟି କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ମିଟିଙ୍କର ମୃତ୍ୟୁ ହୋଇଥିଲା।
ଦୁର୍ଘଟଣା ଘଟାଇଥିବା ବାଇକର ନମ୍ବର ଓଡି୦୧ଏଆର୮୫୭୪ ହୋଇଥିବା ବେଳେ ବାଇକ ଆରୋହୀ ଜଣକ
କୀର୍ତନିଆ ଗ୍ରାମର ସଚ୍ଚୀନ୍ଦ୍ର ସେନାପତିଙ୍କ ପୁଅ ହରିପଦ ବୋଲି ଜଣା ପଡ଼ିଛି। ହରିପଦ ବାଲିଆପାଳ ଥାନା ଚୌମୁଖକୁ କୌଣସି କାମରେ ଯାଇ କମର୍ଦ୍ଦା ବାଲିଆପାଳ ରାସ୍ତାରେ ଘରକୁ ଫେରୁଥିଲେ। ମିଟି ତାଙ୍କ ବାପାଙ୍କ ଘରେ ରହୁଥିବା ବେଳେ ସେ ଘରର ଏକମାତ୍ର ରୋଜଗାରକ୍ଷମ ମହିଳା ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/VyVH0ml9T1oKZ4xqRwhI.jpeg)