ନୂଆପଡ଼ା: ନୂଆପଡ଼ା ଥାନା ଝାଞ୍ଜିମୁଣ୍ଡା ଗାଁରେ ଅଘଟଣ। ବିଷାକ୍ତ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ। ମୃତକ ମହିଳା ହେଲେ ଲଳିତା ମାଝୀ । ହେଲେ ସୌଭାଗ୍ୟବଶତଃ ତାଙ୍କ ଝିଅ ବର୍ତ୍ତିଯାଇଛନ୍ତି । ତେବେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି ।
ଶନିବାର ରାତିରେ ଲଳିତାଙ୍କ ପରିବାର ଲୋକ ଖାଇସାରିବା ପରେ ଶୋଇଥିଲେ । ସ୍ବାମୀ ଖଟରେ ହୋଇଥିବାବେଳେ ଲଳିତା ଏବଂ ତାଙ୍କ ୫ ବର୍ଷର ଝିଅ ତଳେ ଶୋଇଥିଲେ। ତେବେ ମଶାରୀ ବାନ୍ଧି ମାଆ ଓ ଝିଅ ଶୋଇଥିଲେ ବି ଏକ ବିଷାକ୍ତ ସାପ ମଶାରୀ ଭିତରକୁ ପଶି ଲଳିତାଙ୍କୁ କାମୁଡି ଦେଇଥିଲା । ବିଳମ୍ବିତ ରାତିରେ ପରିବାର ଲୋକେ ଲଳିତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ବିଳମ୍ବିତ ରାତିରେ ଚିକତ୍ସାଧିନ ଅବସ୍ଥାରେ ଲଳିତାଙ୍କ ମୃତ୍ୟୁ ହୋଇଥିଲା । ତେବେ ମାଆଙ୍କ ପାଖରେ ଶୋଇଥିବା ଝିଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସୂଚନା ମୁତାବକ, ଶନିବାର ରାତିରେ ଲଳିତାଙ୍କ ପରିବାର ଲୋକ ଖାଇସାରିବା ପରେ ଶୋଇଥିଲେ । ସ୍ବାମୀ ଖଟରେ ହୋଇଥିବାବେଳେ ଲଳିତା ଏବଂ ତାଙ୍କ ୫ ବର୍ଷର ଝିଅ ତଳେ ଶୋଇଥିଲେ। ତେବେ ମଶାରୀ ବାନ୍ଧି ମାଆ ଓ ଝିଅ ଶୋଇଥିଲେ ବି ଏକ ବିଷାକ୍ତ ସାପ ମଶାରୀ ଭିତରକୁ ପଶି ଲଳିତାଙ୍କୁ କାମୁଡି ଦେଇଥିଲା । ବିଳମ୍ବିତ ରାତିରେ ପରିବାର ଲୋକେ ଲଳିତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ବିଳମ୍ବିତ ରାତିରେ ଚିକତ୍ସାଧିନ ଅବସ୍ଥାରେ ଲଳିତାଙ୍କ ମୃତ୍ୟୁ ହୋଇଥିଲା । ତେବେ ମାଆଙ୍କ ପାଖରେ ଶୋଇଥିବା ଝିଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି।