ବନ୍ଧମୁଣ୍ଡା: ଶୁକ୍ରବାର ବିଳମ୍ବିତ ରାତିରେ ବନ୍ଧମୁଣ୍ଡାର ଡୁମେର୍ତ୍ତାସ୍ଥ ପ୍ରସିଦ୍ଧ ପାହାଡ଼ି କାଳୀ ମନ୍ଦିର ପରିସରରେ ଘଟିଥିବା ଏକ ଘଟଣା ଚର୍ଚ୍ଚାର ବିଷୟ ପାଲିଟିଛି। ଡୁମେର୍ତ୍ତା ରେଳବାଇ କଲୋନିର ବାସିନ୍ଦା ତଥା ରେଳବାଇ ଆଇଓଡବ୍ଲୁ ବିଭାଗରେ କାର୍ଯ୍ୟରତ ଗୁରୁଚରଣ ଜାମୁଦାଙ୍କ ପତ୍ନୀ ଆଶା ଜାମୁଦା ଗର୍ଭଧାରଣର ନବମ ମାସରେ ଥିଲେ। ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ତାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଯନ୍ତ୍ରଣା ମଧ୍ୟରେ ଆଶା ପାହାଡ଼ି କାଳୀ ମା’ଙ୍କୁ ଦର୍ଶନ କରି ପୂଜା କରିବାକୁ ଇଚ୍ଛା ପ୍ରକାଶ କରିବାରୁ ପରିବାର ଓ ପଡ଼ୋଶୀମାନେ ତାଙ୍କୁ ସହଯୋଗ କରିବାକୁ ରାଜି ହୋଇଥିଲେ। ଜଣେ ପଡ଼ୋଶୀ ମହିଳା ଆଶାଙ୍କୁ ସ୍କୁଟିରେ ବସାଇ ମନ୍ଦିର ପରିସରକୁ ନେଇଥିଲେ।
ଡୁମେର୍ତ୍ତା ରେଳବାଇ କଲୋନିର ବାସିନ୍ଦା ତଥା ରେଳବାଇ ଆଇଓଡବ୍ଲୁ ବିଭାଗରେ କାର୍ଯ୍ୟରତ ଗୁରୁଚରଣ ଜାମୁଦାଙ୍କ ପତ୍ନୀ ଆଶା ଜାମୁଦା ଗର୍ଭଧାରଣର ନବମ ମାସରେ ଥିଲେ। ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ତାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଯନ୍ତ୍ରଣା ମଧ୍ୟରେ ଆଶା ପାହାଡ଼ି କାଳୀ ମା’ଙ୍କୁ ଦର୍ଶନ କରି ପୂଜା କରିବାକୁ ଇଚ୍ଛା ପ୍ରକାଶ କରିବାରୁ ପରିବାର ଓ ପଡ଼ୋଶୀମାନେ ତାଙ୍କୁ ସହଯୋଗ କରିବାକୁ ରାଜି ହୋଇଥିଲେ। ଜଣେ ପଡ଼ୋଶୀ ମହିଳା ଆଶାଙ୍କୁ ସ୍କୁଟିରେ ବସାଇ ମନ୍ଦିର ପରିସରକୁ ନେଇଥିଲେ। ରାତି ପ୍ରାୟ ସାଢ଼େ ୧୨ଟା ସମୟରେ, ଆଶା ମନ୍ଦିର ପରିସରରେ ଏକ ସୁସ୍ଥ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।
ରାତି ପ୍ରାୟ ସାଢ଼େ ୧୨ଟା ସମୟରେ, ଆଶା ମନ୍ଦିର ପରିସରରେ ଏକ ସୁସ୍ଥ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଖବର ପାଇ ରେଳବାଇ ହସ୍ପିଟାଲର ଡାକ୍ତର ଏସ.ଏ. ସାଙ୍ଗା ତାଙ୍କ ଦଳ ଆମ୍ବୁଲାନ୍ସ ଯୋଗେ ଘଟଣାସ୍ଥଳକୁ ପହଞ୍ଚିଥିଲେ। ମା’ ଓ ଶିଶୁକୁ ସୁରକ୍ଷିତ ଭାବେ ହସ୍ପିଟାଲକୁ ଅଣାଯାଇଥିଲା। ଏଠାରେ ମା’ ଓ ଶିଶୁପୁତ୍ର ସ୍ବାସ୍ଥ୍ୟାବସ୍ଥା ସ୍ୱାଭାବିକ ଥିବାରୁ ଶନିବାର ସକାଳେ ମା’ ଓ ଶିଶୁକୁ ଡିସଚାର୍ଜ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/14/untitled-2025-09-14-09-14-04.png)