ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ଥାନା ଠିକପାଲି ପାୟତ ରହେନପଡ଼ା ଗାଁର ଜଣେ କେନ୍ଦୁପତ୍ର ବନ୍ଧେଇ ମହିଳାଙ୍କର କୀଟ କାମୁଡ଼ାରେ ମୃତ୍ୟୁ ହୋଇଛି। ମୃତକ ମହିଳା ଜଣକ ସୁମିତ୍ରା ବାଗ(୪୦)। ଅନ୍ୟପକ୍ଷେ ସ୍କ୍ରବ ଟାଇଫସ କିଟ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ ହୋଇଥିବା ରାୟପୁରର ଡାକ୍ତର କହିଥିବା ପରିବାର ଲୋକେ ସୂଚନା ଦେଇଛନ୍ତି।
ଗତ କିଛି ମାସ ତଳେ ଠିକପାଲି ପାୟତ ରହେନପଡ଼ା ଗାଁର ସନ୍ତୋଷ ବାଗ ଓ ସ୍ତ୍ରୀ ସୁମିତ୍ରା ବାଗ କେନ୍ଦୁପତ୍ର ବନ୍ଧେଇ କରିବାକୁ ଯାଇଥିଲେ। ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡ଼ବାଙ୍କି କେନ୍ଦୁପତ୍ର ପତ୍ରଫଡ଼ିରେ ପତ୍ର ବନ୍ଧେଇ କାମରେ ନିୟୋଜିତ ହୋଇ କେନ୍ଦୁପତ୍ର ଗୋଦାମରେ ରହୁଥିଲେ। ଗତ ୯ତାରିଖରେ କେନ୍ଦୁପତ୍ର ବନ୍ଧେଇ କରୁଥିବାବେଳେ ସୁମିତ୍ରାଙ୍କ ଗୋଡ଼ରେ ଏକ କୀଟ କାମୁଡ଼ି ଦେଇଥିଲା। କିନ୍ତୁ ମହିଳା ଜଣକ କୀଟକୁ ସାମାନ୍ୟ ଭାବି କଥାକୁ ହାଲୁକାର ସହ ନେଇଥିଲେ। ଏମିତିକି ଡାକ୍ତରଖାନକୁ ଗଲେନାହିଁ କି କୌଣସି ଔଷଧ ଖାଇନଥିଲେ। ଏହାର କିଛି ସମୟ ପରେ ମହିଳାଙ୍କ ଗୋଡ଼, ହାତ ଓ ମୁଣ୍ତ ଦରଜ ହୋଇଥିଲା। ୧୦ ତାରିଖ ରାତିରେ ମହିଳାଙ୍କୁ ଭୀଷଣ ଜ୍ବର ହୋଇଥିଲା।
ଗତକାଲି ସକାଳେ ଖଡ଼ିଆଳ ମିସନ ଡାକ୍ତରଖାନାରେ ସେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଥିଲେ। କିନ୍ତୁ ଜ୍ବର କମିନଥିଲା। ଅପରାହ୍ନରେ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ରାୟପୁର ସ୍ଥାନାନ୍ତର କରି ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବିଲମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ତେବେ ସ୍କ୍ରବ ଟାଇଫଓ କୀଟ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ ହୋଇଥିବା ରାୟପୁରର ଡାକ୍ତର କହିଥିବା ପରିବାର ଲୋକେ କହିଛନ୍ତି।
କିଛି ମାସ ତଳେ ଠିକପାଲି ପାୟତ ରହେନପଡ଼ା ଗାଁର ସନ୍ତୋଷ ବାଗ ଓ ସ୍ତ୍ରୀ ସୁମିତ୍ରା ବାଗ କେନ୍ଦୁପତ୍ର ବନ୍ଧେଇ କରିବାକୁ ଯାଇଥିଲେ। ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡ଼ବାଙ୍କି କେନ୍ଦୁପତ୍ର ପତ୍ରଫଡ଼ିରେ ପତ୍ର ବନ୍ଧେଇ କାମରେ ନିୟୋଜିତ ହୋଇ କେନ୍ଦୁପତ୍ର ଗୋଦାମରେ ରହୁଥିଲେ। ଗତ ୯ତାରିଖରେ କେନ୍ଦୁପତ୍ର ବନ୍ଧେଇ କରୁଥିବାବେଳେ ସୁମିତ୍ରାଙ୍କ ଗୋଡ଼ରେ ଏକ କୀଟ କାମୁଡ଼ି ଦେଇଥିଲା। କିନ୍ତୁ ମହିଳା ଜଣକ କୀଟକୁ ସାମାନ୍ୟ ଭାବି କଥାକୁ ହାଲୁକାର ସହ ନେଇଥିଲେ। ଏମିତିକି ଡାକ୍ତରଖାନକୁ ଗଲେନାହିଁ କି କୌଣସି ଔଷଧ ଖାଇନଥିଲେ। ଏହାର କିଛି ସମୟ ପରେ ମହିଳାଙ୍କ ଗୋଡ଼, ହାତ ଓ ମୁଣ୍ତ ଦରଜ ହୋଇଥିଲା। ୧୦ ତାରିଖ ରାତିରେ ମହିଳାଙ୍କୁ ଭୀଷଣ ଜ୍ବର ହୋଇଥିଲା।
ସୂଚନା ଥାଉକି, ରହେନପଡ଼ା ଗାଁର ସନ୍ତୋଷଙ୍କ ପରିବାର କେନ୍ଦୁପତ୍ର ବନ୍ଧେଇ କାମରେ ନିୟୋଜିତ ହୋଇଥାନ୍ତି। କିନ୍ତୁ ଖଡ଼ିଆଳ କେନ୍ଦୁପତ୍ର ଡ଼ିଭିଜନ ତରଫରୁ ଶ୍ରମିକଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା କରିନଥାନ୍ତି। ସନ୍ତୋଷଙ୍କ ୩ଟି ପୁଅ ଓ ଗୋଟିଏ ଝିଅ ରହିଛି। ଏଣୁ ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ପରିବାର ଲୋକେ ଦାବି କରିଛନ୍ତି। ଅନ୍ୟପକ୍ଷେ ଜିଲ୍ଲାର ସମସ୍ତ କେନ୍ଦୁପତ୍ର ଫଡ଼ି, ଗୋଦାମକୁ ଯାଞ୍ଚ କରିବାକୁ ଦାବି ହେଉଛି। ଏନେଇ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କୁ ପଚାରିବାରୁ, କେନ୍ଦୁପତ୍ର ବିଭାଗ ଅଧିକାରୀଙ୍କୁ ଡକାଇ ପଚାରି ତଦନ୍ତ କରିବା ସହ ଶ୍ରମିକଙ୍କ ସୁରକ୍ଷା ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।