ହୃଦ୍‌ଘାତରେ ମୃତ୍ୟୁବରଣ କଲେ ମହିଳା ପୋଲିଂ କର୍ମଚାରୀ

ଛିନ୍ଦଓ୍ଵାରା : ମଧ୍ୟପ୍ରଦେଶର ଛିନ୍ଦଓ୍ଵାରା ଲୋକସଭା ଆସନ ପାଇଁ ମତଦାନ ଆରମ୍ଭ ହେବା ପୂର୍ବରୁ ଜଣେ ମହିଳା ପୋଲିଂ କର୍ମଚାରୀ ମୃତ୍ୟୁବରଣ କରିଛନ୍ତିି । ତାଙ୍କର ମୃତ୍ୟୁ ହୃଦ୍‌ଘାତ ପାଇଁ ହୋଇଥିବା ଜଣା ପଡ଼ିଛି । ମୃତକଙ୍କ ନାମ ସୁନନ୍ଦା କୋଟେକର ବୋଲି ଜଣା ପଡ଼ିଥିବା ବେଳେ ଛିନ୍ଦଓ୍ଵାରାର ସୌନସର୍‌ ଅଞ୍ଚଳରେ ଥିବା ଲୋଧିଖେଡ଼ା ପୋଲିଂ ବୁଥ୍‌ରେ ତାଙ୍କୁ ମୁତୟନ କରାଯାଇଥିଲା ।

Business Today

କିନ୍ତୁ ରବିବାର ହଠାତ୍‌ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ସହ କିଛି ସମୟ ପରେ ସେ ଅଚେତ୍‌ ହୋଇ ଯାଇଥିଲା । ତାଙ୍କୁ ଡ଼ାକ୍ତରଖାନା ନେବା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ଭି.ଏଲ୍‌.କନ୍‌ଠା ରାଓ । ତେବେ ଏହା ପ୍ରଥମ ନୁହେଁ ପୂର୍ବ ୩ଟି ପର୍ଯ୍ୟାୟରେ ମଧ୍ୟ କିଛି ପୋଲିଂ କର୍ମଚାରୀ ଏବଂ ମତଦାତାମାନେ ହୃଦ୍‌ଘାତରେ ମୃତ୍ୟୁବରଣ କରିଥିବାର ଖବର ମିଳିଥିଲା ।

ସମ୍ବନ୍ଧିତ ଖବର