ବୀଭତ୍ସ: ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା, ଗୁପ୍ତାଙ୍ଗରୁ ବାହାରିଲା ୨ଟି ବିୟର ବୋତଲ

ଭୋପାଳ: ନାରୀମାନଙ୍କପ୍ରତି ହେଉଥିବା ନିର୍ଯାତନା ମଧ୍ରପ୍ରଦେଶର ରାଜଧାନୀ ଭୋପାଳରେ ସମସ୍ତ ପ୍ରକାର ସୀମା ଅତିକ୍ରମ କରିଥିବା ନେଇ ଚର୍ଚ୍ଚା ହେଉଛି। ଭୋପାଳର ପ୍ରଗତିନଗର ଅଞ୍ଚଳରୁ ଲିଭ୍‌ ଇନ୍‌ ରିଲେସନରେ ରହୁଥିବା ଜଣେ ୨୮ ବର୍ଷୀୟା ଯୁବତୀଙ୍କ ଉଲଗ୍ନ ଓ ଗଳିତ ମୃତଦେହ ତାଙ୍କ ଘର ଭିତରୁ ପୁଲିସ ଜବତ କରିଛି। ଶବ ବ୍ୟଛେଦ ରିପୋର୍ଟରେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିିବା ସ୍ପଷ୍ଟ ହୋଇଥିବା ବେଳେ ତାଙ୍କ ଗୁପ୍ତାଙ୍ଗରୁ ଡାକ୍ତରମାନେ ଗୋଟିଏ ବିୟର ବୋତଲ ଓ ଗୋଟିଏ କୋଲ୍ଡ ଡ୍ରିଙ୍କ୍‌ସ ବୋତଲ ଜବତ କରିଛନ୍ତି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ସେହୋର ଜିଲ୍ଲାର ଇଚ୍ଛାଓ୍ଵାର ସହରର ଜଣେ ଯୁବତୀ ଭୋପାଳର ପ୍ରଗତିନଗର ଅଞ୍ଚଳରେ ଗତ କିଛି ମାସ ହେବ ଆସି ଜଣେ ଯୁବକଙ୍କ ସହିତ ଏକ ଭଡ଼ା ଘରେ ରହୁଥିଲେ। ତେବେ ଏହି ଯୁବକଯୁବତୀ ପାଖ ପଡୋଶୀଙ୍କ ସହିତ ମିଳାମିଶା କରୁ ନ ଥିବା ଯୋଗୁଁ ପଡୋଶୀମାନେ ସେମାନଙ୍କ ବିଷୟରେ କିଛି ଜାଣି ପାରି ନ ଥିଲେ। ତେବେ ଗତକାଲି ସକାଳେ ଘର ଭିତରୁ ଦୁର୍ଗନ୍ଧ ଆସିବାରୁ ପାଖ ପଡୋଶୀମାନେ ଏ ନେଇ ପୁଲିସକୁ ଖବର ଦେଇଥିଲେ। ଅଶୋକ ଗାର୍ଡେନ ଟାଉନ ଥାନା ଇନସପେକ୍ଟର ସୁନୀଲ ଶ୍ରୀବାସ୍ତବ କହିଛନ୍ତି ଯେ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇବା ପରେ ପୁଲିସ ବାହାର ପଟୁ ତାଲା ପଡ଼ିଥିବା କବାଟ ଭାଙ୍ଗି ଘର ଭିତରେ ପଶିଥିଲା। ଭତରେ ଯୁବତୀଙ୍କ ସମ୍ପୂର୍ଣ୍ଣ ଉଲଗ୍ନ ମୃତଦେହ ପଡ଼ିଥିବା ଦେଖି ପୁଲିସ ଏହାକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲା। ସମ୍ଭବତଃ ଯୁବତୀଙ୍କୁ ଦୁଇଦିନ ତଳୁ ହତ୍ୟା କରାଯାଇଛି। ବ୍ୟବଛେଦ ସମୟରେ ତାଙ୍କ ଗୁପ୍ତାଙ୍ଗରେ ପଶିଥିବା ଦୁଇଟି କାଚ ବୋତଲ( ଗୋଟିଏ ବିୟର ଓ ଗୋଟିଏ କୋଲ୍ଡ ଡ୍ରିଙ୍କ୍ସ ବୋତଲ)କୁ ଡାକ୍ତରମାନେ କାଢ଼ିଛନ୍ତି। ସଯୁବତୀଙ୍କୁ ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରିବା ପାଇଁ ଏପରି ଜଘନ୍ୟ କାର୍ଯ୍ୟ କରାଯାଇଥିବା ପୁଲିସ ସନ୍ଦେହ କରୁଛି। ତେବେ ଯୁବତୀଜଣକ ଯାହାଙ୍କ ସହତ ଲିଭ୍‌ ଇନ୍‌ ରିଲେସନରେ ରହୁଥିଲେ ସେ ଫେରାର ହୋଇଯାଇଥିବାରୁ ପୁଲିସ ତାଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି ବୋଲି ଶ୍ରୀ ଶ୍ରୀବାସ୍ତବ କହିଛନ୍ତି।

ସମ୍ବନ୍ଧିତ ଖବର