ରାଇରଙ୍ଗପୁର/ ଗୋରୁମହିଷାଣୀ: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ। ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଲୁହାଶିଲା ଗ୍ରାମ ପଞ୍ଚାୟତର ବେତଝରଣ ଗ୍ରାମର ଯୋଗ ଦେହୁରୀଙ୍କ ସ୍ତ୍ରୀ ଦୁର ଦେହୁରୀ (୩୨) ନିଜ ଘରେ ଝରକା ବନ୍ଦ କରୁଥିବା ସମୟରେ ହଠାତ୍ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ ।
ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ବିଜାତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ, ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଗୋରୁମହିଷାଣୀ ପୁଲିସ ମେଡ଼ିକାଲରେ ପହଞ୍ଚି ଶବକୁ ଜବତ କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରିବା ପରେ ତାଙ୍କ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ଗୋରୁମହିଷାଣୀ ଥାନାରେ କେଶ୍ ନଂ ୨୦/୨୪ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/post_attachments/wp-content/uploads/2019/08/electric-shock.jpg)