ଚେନ୍ନାଇ: ମହିଳାମାନେ ଦିନକୁ ଦିନ ବହୁତ ଆଗକୁ ଗଲେଣି। ସେମାନେ ବିଭିନ୍ନ ପ୍ରକାରର ବୃତ୍ତିରେ ନିଜକୁ ନିୟୋଜିତ କରି ପୁରୁଷମାନଙ୍କ ସମକକ୍ଷ ହେଲେଣି। ଚେନ୍ନାଇରେ ଏବେ ‘ଗିଲି ଚାଇ’ ଖୋଲିଛି, ଯେଉଁଥିରେ ମହିଳାମାନଙ୍କୁ ବିଶେଷ ସୁଯୋଗ ଦିଆଯାଇଛି।
କମ୍ପାନି ପକ୍ଷରୁ ମହିଳାଙ୍କ ଚାଳିତ ଇ-ଅଟୋ ବଜାରକୁ ଛଡ଼ାଯାଇଛି । ଏହି ଅଟୋରେ ଚା’ ଏବଂ ଜଳଖିଆ ବିକ୍ରି କରାଯିବ ବୋଲି ସୂଚନା ରହିଛି। ଅଟୋଟି ବୁଲି ବୁଲି ଲୋକଙ୍କ ନିକଟରେ ଚା’-ଜଳଖିଆ ପହଞ୍ଚାଇବ। ମଙ୍ଗଳବାର ସଇଦାପେଟ ମେଟ୍ରୋ ପରିସରରେ ତାମିଲନାଡୁ ଶିଳ୍ପମନ୍ତ୍ରୀ ଏମ ସି ସାମପଥ ଏବଂ ମତ୍ସ୍ୟ ମନ୍ତ୍ରୀ ଡି ଜୟକୁମାର ଏହି ମୋବାଇଲ ଚା’ ଅଟୋର ଉଦ୍ଘାଟନ କରିଛନ୍ତି। ଜାଣିବାକୁ ମିଳିଛି ଯେ ଏହି ଅଟୋରେ ବିଭିନ୍ନ ପ୍ରକାରର ଚା, କଫି, ସ୍ନାକ୍ସ ଏବଂ କୁକିଜ୍ ଉପଲବ୍ଧ ହେବ ଓ ଅଟୋଟି ସହର ସାରା ବୁଲି ଲୋକଙ୍କୁ ସେବା ପ୍ରଦାନ କରିବ।
Times of India
ଏହି ଅଟୋକୁ ଚଳାଇବେ ମହିଳା। କେବଳ ମହିଳା ନୁହଁନ୍ତି, ପୁରୁଷ, କିନ୍ନର, ଦିବ୍ୟାଙ୍ଗ ସବୁ ବର୍ଗର ଲୋକଙ୍କୁ ଏଥିରେ ଚାକିରି ସୁଯୋଗ ପ୍ରଦାନ କରାଯିବ। ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ୍, ପାର୍କ, ଖେଳ ପଡିଆ, ଆଇଟି ପାର୍କ ଏବଂ ପର୍ଯ୍ୟଟନସ୍ଥଳୀରେ ଏହି ଅଟୋ ଅଧିକ ଦିଶିବ ବୋଲି ସୂଚନା ରହିଛି।
ପୂର୍ବରୁ ଏହି ‘ଗିଲି ଚାଇ’ ପୁଡୁଚେରି ଓ ଦୁବାଇରେ ଥିବା ବେଳେ ଚେନ୍ନାଇରେ ଏହା ପ୍ରଥମ ଥର ପାଇଁ ଖୋଲିଛି।