ଭୁବନେଶ୍ୱର: ଗଣେଶ ପୂଜା ପାଇଁ ଆଜି ସାରା ରାଜ୍ୟ ସମେତ ରାଜଧାନୀରେ ଉତ୍ସବର ମାହୋଲ ଥିବାବେଳେ ଏକ ଦୁଃଖଦ ଘଟଣା ଘଟିଛି | ଭୁବନେଶ୍ୱରର ବାଣୀବିହାର ଓଭରବ୍ରିଜ ଉପରୁ ଜଣେ ଯୁବତୀ ଡେଇଁପଡ଼ିଛନ୍ତି | ଯୁବତୀଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | କେଉଁ ପରିସ୍ଥିତିରେ ଯୁବତୀ ଜଣକ ଡେଇଁପଡ଼ିଲେ ତାହାର କାରଣ ଅସ୍ପଷ୍ଟ ରହିଛି |
ପୁଲିସ ଏବେ ଘଟଣାର ଅନୁସନ୍ଧାନ କରୁଛି | ଯୁବତୀ ଜଣକ ସେଲ୍ଫି ଉଠାଉଥିବାବେଳେ ପଡିଗଲେ ନା ଜାଣିଶୁଣି ଡେଇଁପଡ଼ିଲେ ତାହା ସ୍ପଷ୍ଟ ହୋଇନାହିଁ | ତେବେ ଓଭରବ୍ରିଜ ଉପରେ ଯୁବତୀଙ୍କ ଗାଡି ଥୁଆ ହୋଇଥିବାବେଳେ ସେ ଗାଡି ରଖି ଡେଇଁପଡ଼ିଥିବାର କୁହାଯାଉଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2Y6A1MLqlmkmeENgmjfq.jpg)