ପ୍ରଥମ ଥର ଲାଗି ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ରେ ପହଞ୍ଚିଲା ଭାରତ

ସିଡ୍‌ନି : ଚଳିତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଅପରାଜେୟ ଥିବା ଭାରତ ଫାଇନାଲରେ ପହଞ୍ଚିଥିବା ଜଣାଯାଇଛି। ପ୍ରଥମ ଥର ଲାଗି ମହିଳା ଟ୍ବେଣ୍ଟି-୨୦ ଫାଇନାଲ୍‌ରେ ପହଞ୍ଚିଛି ଭାରତ । ଆଜି ଆଜି ଇଂଲଣ୍ଡ ସହ ଭାରତର ସେମିଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ବର୍ଷା ହେବା ଫଳରେ  ସେମିଫାଇନାଲ୍ ମ୍ୟାଚ୍ ବାତିଲ ହୋଇଛି। ଏହି କାରଣରୁ ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଫାଇନାଲରେ ପହଞ୍ଚିଛି।

ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସପ୍ତମ ସଂସ୍କରଣରେ ପହଞ୍ଚିଥିଲା ବେଳେ ପୂର୍ବରୁ ଭାରତ କେବେ ବି ଫାଇନାଲ୍‌ରେ ପହଞ୍ଚିପାରି ନ ଥିଲା। ଚଳିତ ସଂସ୍କରଣରେ ଏ ପର୍ଯ୍ୟନ୍ତ ଭଲ ପ୍ରଦର୍ଶନ ଦେଇଥିବାରୁ ଭାରତ ପ୍ରଥମ ଥର ଫାଇନାଲ୍‌ ଖେଳିବା ଆଶାରେ ଥିଲା। ଆସନ୍ତା ୮ ତାରିଖରେ ମେଲବୋର୍ଣ୍ଣଠାରେ ଭାରତ ଫାଇନାଲ୍ ମ୍ୟାଚ୍ ଖେଳିବ ବୋଲି ଜଣାଯାଇଛି।

image source-jansatta

ସୂଚନାଯୋଗ୍ୟ, ବିଜେତା ଅଷ୍ଟ୍ରେଲିଆକୁ ହରାଇ ଅଭିଯାନ ଆରମ୍ଭ କରିଥିବା ଭାରତ ପରବର୍ତ୍ତୀ ଗ୍ରୁପ୍‌ ମ୍ୟାଚ୍‌ରେ ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କାକୁ ପରାଜିତ କରି ୪ ମ୍ୟାଚ୍‌ରୁ ୮ ପଏଣ୍ଟ୍‌ ସହ ଶୀର୍ଷରେ ରହି ସେମିଫାଇନାଲ୍‌ରେ ପ୍ରବେଶ କରିଥିଲା।

ଚଳିତ ବିଶ୍ବକପ୍‌ ପ୍ରଦର୍ଶନ ଅନୁଯାୟୀ ସଂପ୍ରତି ଭାରତ ପଲା ଭାରୀ ରହିଛି। କିନ୍ତୁ ଇତିହାସ ଇଂଲଣ୍ଡ ସପକ୍ଷରେ ରହିଛି। ଉଭୟ ଦଳ ମଧ୍ୟରେ ୫ ଥର ମୁହାଁମୁହିଁ ହୋଇଥିଲା ବେଳେ ସବୁ ମ୍ୟାଚ୍‌ ଇଂଲଣ୍ଡ ଜିତିଛି। ଶେଷ ଥର ଲାଗି ୱେଷ୍ଟ୍‌ଇଣ୍ଡିଜ୍‌ରେ ଅନୁଷ୍ଠିତ ବିଶ୍ବକପ୍‌ର ସେମିଫାଇନାଲ୍‌ରେ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ। ଇଂଲଣ୍ଡ ୮ ୱିକେଟ୍‌ରେ ଜିତି ଫାଇନାଲ୍‌ରେ ପହଞ୍ଚିଥିଲା। ଏହା ପୂର୍ବରୁ ଭାରତ ୨୦୦୯, ୨୦୧୨, ୨୦୧୪ ଓ ୨୦୧୬ ସଂସ୍କରଣ ଗ୍ରୁପ୍‌ ପର୍ଯ୍ୟାୟରେ ଇଂଲଣ୍ଡଠୁ ହାରିଥିଲା। ହେଲେ ଏବେ ଆମେ ଦଳଗତ ପ୍ରଦର୍ଶନ ଦେଇଚାଲିଛୁ ଏବଂ ବିଜୟ ଲକ୍ଷ୍ୟରେ ଚାଲିଛୁ ବୋଲି ଭାରତୀୟ ଅଧିନାୟିକା ହରମନ୍‌ପ୍ରୀତ କୌର କହିଛନ୍ତି।

 

ସମ୍ବନ୍ଧିତ ଖବର