ବିନିକା: ବିନିକା ଵନ ବିଭାଗ ପକ୍ଷରୁ ପିକପ୍ ସହ ପ୍ରାୟ ୬୬ ହଜାର ଟଙ୍କାର କାଠ ଜବତ କରାଯାଇଛି। ତେବେ ଗାଡ଼ି ଚାଳକ ଓ ସହଯୋଗୀ ଫେରାର ହୋଇଥିବା ବିନିକା ଫରେଷ୍ଟର ବନମାଳୀ ପଣ୍ଡେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଗତକାଲି ରାତିରେ ଦଶହରା ଓ ବର୍ଷାର ସୁଯୋଗ ନେଇ ସୁଵର୍ଣ୍ଣପୁର ଜିଲ୍ଳା ଉଲୁଣ୍ଡା ରେଞ୍ଜ ପଟରୁ ଏକ ଟାଟା ପିକପ୍ (ଓଡି-୧୭-କ୍ୟୁ-୮୫୭୧) ଦ୍ରୁତ ଗତିରେ ଆସୁଥିବା ବେଳେ ପୂର୍ବରୁ ସୁଚନା ପାଇ ଵିନକା ବନବିଭାଗ ବିନିକା ମହାନଦୀ ଛକରେ ଛକିଥିଲା। ଗାଡ଼ିକୁ ଅଟକାଇବା ଵେଳେ ଚାଳକ ଓ ସହଯୋଗୀ ଗାଡ଼ି ଚାବି ଛାଡ଼ି ଫେରାର ମାରିଥିଲେ। ବନବିଭାଗ ଗାଡ଼ି ସହ ସାଇଜ କାଠକୁ ଜଵତ କରି ବିନିକା ରେଞ୍ଜର କାର୍ଯ୍ୟାଳୟକୁ ଆଣିଥିଲେ। ଆଜି ବିନିକା ରେଞ୍ଜର ଡମ୍ବରୁଧର ପ୍ରଧାନ ଉପସ୍ଥିତିରେ କାଠକୁ ମପା ଯାଇଥିଲା।
ଗତକାଲି ରାତିରେ ଦଶହରା ଓ ବର୍ଷାର ସୁଯୋଗ ନେଇ ସୁଵର୍ଣ୍ଣପୁର ଜିଲ୍ଳା ଉଲୁଣ୍ଡା ରେଞ୍ଜ ପଟରୁ ଏକ ଟାଟା ପିକପ୍ (ଓଡି-୧୭-କ୍ୟୁ-୮୫୭୧) ଦ୍ରୁତ ଗତିରେ ଆସୁଥିବା ବେଳେ ପୂର୍ବରୁ ସୁଚନା ପାଇ ଵିନକା ବନବିଭାଗ ବିନିକା ମହାନଦୀ ଛକରେ ଛକିଥିଲା। ଗାଡ଼ିକୁ ଅଟକାଇବା ଵେଳେ ଚାଳକ ଓ ସହଯୋଗୀ ଗାଡ଼ି ଚାବି ଛାଡ଼ି ଫେରାର ମାରିଥିଲେ। ବନବିଭାଗ ଗାଡ଼ି ସହ ସାଇଜ କାଠକୁ ଜଵତ କରି ବିନିକା ରେଞ୍ଜର କାର୍ଯ୍ୟାଳୟକୁ ଆଣିଥିଲେ। ଆଜି ବିନିକା ରେଞ୍ଜର ଡମ୍ବରୁଧର ପ୍ରଧାନ ଉପସ୍ଥିତିରେ କାଠକୁ ମପା ଯାଇଥିଲା।
ଏନେଇ ବିନିକା ଫରେଷ୍ଟର ବନମାଳୀ ପଣ୍ଡା ଅଧିକ ତଦନ୍ତ ଚଲାଇଥିବା ସୁଚନା ମିଳିଛି। ଚଢ଼ାଉରେ ବିନିକା ଫରେଷ୍ଟ ଗାର୍ଡ ରାମ ଶଙ୍କର ମେହେରଙ୍କ ସମେତ ସ୍କ୍ବାଡ୍ ପାର୍ଟି ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/03/untitled-2025-10-03-14-59-44.png)