ଓଭର ଟାଇମ୍ ପାଇଁ କର୍ମଚାରୀଙ୍କ ଲିଖିତ ସହମତି ନେବାକୁ ପଡ଼ିବ, ଦେବାକୁ ହେବ ଦୁଇଗୁଣ ପାରିଶ୍ରମିକ

ନୂଆଦିଲ୍ଲୀ: କର୍ମଚାରୀଙ୍କ ପାଇଁ ଖୁସି ଖବର । ଏଣିକି ଆପଣଙ୍କର ବିନା ସହମତି ତଥା ଲିଖିତ ଅନୁମତି ବିନା ଆପଣଙ୍କୁ କଂପାନିରେ ଅଧିକ ସମୟ ଧରି ଖଟାଇପାରିବେ ନାହିଁ କୌଣସି ବି ମାଲିକ । ଯଦି କୌଣସି କର୍ମଚାରୀ ଓଭର ଟାଇମ୍ କରନ୍ତି ତେବେ ତାଙ୍କୁ ତାଙ୍କ ଦରମାର ଦୁଇଗୁଣା କଂପାନିକୁ ଦେବାକୁ ପଡ଼ିବ । ତେବେ ଖୁବ୍ ଶୀଘ୍ର ଏହି ନିୟମ ସାରା ଦେଶରେ ଲାଗୁ କରିବାକୁ ଯାଉଛନ୍ତି ମୋଦି ସରକାର ।

ଯଦି ମୋଦି ସରକାରଙ୍କ ଏହି ପ୍ରସ୍ତାବ ଦେଶରେ ଲାଗୁ ହୋଇଯାଏ ତେବେ କଂପାନି ତଥା ବିଭିନ୍ନ ସଂସ୍ଥାମାନଙ୍କରେ କାମ କରୁଥିବା କର୍ମଚାରୀଙ୍କର ଲିଖିତ ମଂଜୁରି ବିନା ସେମାନଙ୍କୁ କଂପାନିରେ ଓଭରଟାଇମ ଖଟାଇପାରିବେ ନାହିଁ । ଖାଲି ଏତିକି ନୁହେଁ, ଯଦି କୌଣସି କର୍ମଚାରୀ ଓଭରଟାଇମ କରନ୍ତି ତେବେ ତାଙ୍କୁ ଉକ୍ତ ଅବଧି ପାଇଁ ଦୁଇଗୁଣା ପାରିଶ୍ରମିକ କଂପାନିକୁ ଦେବାକୁ ପଡ଼ିବ ।

ଏ ସଂପର୍କରେ ଏକ କୋଡ୍ ଲୋକସଭାରେ କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର ଗତ ସପ୍ତାହରେ ଉପସ୍ଥାପିତ କରିଛନ୍ତି । ଏଥିରେ ପ୍ରସ୍ତାବ ରହିଛି କି, ନିଯୁକ୍ତିକର୍ତ୍ତା କୌଣସି ବି କର୍ମଚାରୀଙ୍କ ବିନା  ଲିଖିତ ଅନୁମତିରେ ତାଙ୍କୁ ଓଭର ଟାଇମ କରାଇପାରିବେ ନାହିଁ ।

ପେସାଗତ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ ପରିବେଶ ନିୟମାବଳି ୨୦୧୯ରେ ଏହି ପ୍ରସ୍ତାବ କରାଯାଇଛି କି ଯଦି କୌଣସି କର୍ମଚାରୀଙ୍କୁ  ଓଭର ଟାଇମ କରାଯାଉଛି ତେବେ ତାଙ୍କୁ ଏହି ଅବଧି ପାଇଁ ଦୁଇଗୁଣା ପାରିଶ୍ରମିକ ତଥା ଦରମା ଦିଆଯିବା ଉଚିତ ।

ସମ୍ବନ୍ଧିତ ଖବର