ଆପଣ ଡ୍ରଗ୍ସ ସେବନ କରନ୍ତି କି? ସୋସିଆଲ୍‌ ମିଡିଆରେ ପ୍ରଶଂସକଙ୍କ ଏହି ଖୋଲା ପ୍ରଶ୍ନର କି ଉତ୍ତର ରଖିଲେ ୟାମି?

ମୁମ୍ବାଇ: ବେନିୟମ୍‌ ଡ୍ରଗ୍ସ କାରବାର ମାମଲାରେ ବଲିଉଡ୍‌ ଇଣ୍ଡଷ୍ଟ୍ରିର ସଂଯୋଗ ଥିବା ଖବର ଏବେ ସାରା ଦେଶରେ ଚହଳ ପକାଇଛି। ଜଣେ ପରେ ଜଣେ ବଲିଉଡ୍‌ ତାରକା ଏହି ମାମଲାରେ ଛନ୍ଦି ହୋଇ ହୋଇ ଯାଉଥିବା ବେଳେ ଏବେ ପ୍ରଶଂସକମାନେ ନିଜ ନିଜର ପ୍ରିୟ ତାରକାଙ୍କୁ ନେଇ ସନ୍ଦେହ କରିବା ଆରମ୍ଭ କଲେଣି।

ନିକଟରେ ଅଭିନେତ୍ରୀ ୟ‌ାମି ଗୌତମଙ୍କର ଜଣେ ପ୍ରଶଂସକ ତାଙ୍କୁ ସୋସିଆଲ୍‌ ମିଡିଆରେ ‌ଖୋଲାଖୋଲି ଭା‌ବେ ସେ ଡ୍ରଗ୍ସ ସେବନ କରୁଛନ୍ତି କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ତାହାର ଉତ୍ତର ଅତି ସରଳ ଭାବେ ଦେଇଛନ୍ତି ୟ‌ାମି।

ପ୍ରଶଂସକ ଜଣଙ୍କୁ ୟାମିଙ୍କୁ ଟ୍ବିଟ୍‌ କରି ଲେଖିଛନ୍ତି, ‘ଆପଣ ଡ୍ରଗ୍ସ କରନ୍ତି କି? ମୁଁ ଜାଣେ ଖୋଲା ପ୍ଲାଟଫର୍ମରେ ଏପରି ପ୍ରଶ୍ନ ପଚାରିବା ଅତ୍ୟନ୍ତ ମୁର୍ଖାମୀ, କିନ୍ତୁ ଯଦି ଆପଣ ଏହା କରନ୍ତି ତେବେ ତାହା ମୋ ପାଇଁ ହୃଦୟ ବିଦାରକ ହେବ! ଆପଣଙ୍କ ପ୍ରଶଂସକଙ୍କ ପାଇଁ ନା ନା କୁହନ୍ତୁ।’ ତାହାର ଉତ୍ତରରେ ୟାମି କହିଛନ୍ତି, ‘ନା ମୁଁ ଡ୍ରଗ୍ସ ସେବନ କରେନାହିଁ। ମୁଁ ଡ୍ରଗ୍ସ ସେବନକୁ କଠୋର ବିରୋଧ କରେ। ଡ୍ରଗ୍ସକୁ ନା କୁହନ୍ତୁ।’

ଉଲ୍ଲେଖଯୋଗ୍ୟ, ନିକଟରେ ଡ୍ରଗ୍ସ ମାମଲାରୁ ନେଇ ଏନ୍‌ସିବିର ଯାଞ୍ଚ୍‌ ଦେଶରେ ହଇଚଇ ସୃଷ୍ଟି କରିଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ସଂଯୋଗକୁ ନେଇ ତଦନ୍ତ ଆରମ୍ଭ କରିବା ପରେ କିଛି ବିଶିଷ୍ଟ ତାରକାଙ୍କ ନାମ ସାମ୍ନାକୁ ଆସିଛି।

ସମ୍ବନ୍ଧିତ ଖବର