ଆସନ୍ତା କାଲି କୁମ୍ଭମେଳାରେ କ୍ୟାବିନେଟ ବୈଠକ କରିବା ପରେ ବୁଡ ପକାଇବେ ଯୋଗୀ ଆଦିତ୍ୟନାଥ

ପ୍ରୟାଗରାଜ : ଉତ୍ତରପ୍ରଦେଶରେ ଶାସନାଧୀନ ଆଦିତ୍ୟ ଯୋଗୀ ସରକାର ଆସନ୍ତା କାଲି କୁମ୍ଭ ମେଳାରେ ଏକ କ୍ୟାବିନେଟ୍‌ ବୈଠକ କରିବେ । ଏହି ବୈଠକ କୁମ୍ଭ ମେଳାର କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟରଠାରେ ଅନୁଷ୍ଠିତ ହେବ । ଏଥିରେ ଯୋଗୀ କ୍ୟାବିନେଟର ସବୁ ସଦସ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ସରକାର କେତେକ ଗୁରୁତ୍ୱପୂର୍ଣ୍ଣ ତଥା ଜନକଲ୍ୟାଣକାରୀ ନିଷ୍ପତ୍ତି ନେବାର ସମ୍ଭାବନା ରହିଛି ।

ଆସନ୍ତା କାଲି ୧୦ଟା ୩୦ ମିନିଟରେ ଏହି ବୈଠକ ଆରମ୍ଭ ହେବ ବୋଲି ରାଜ୍ୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅବନିଶ ଅଓ୍ଵସ୍ତି କହିଛନ୍ତି । ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ତାଙ୍କର ମନ୍ତ୍ରୀମାନେ ପ୍ରୟାଗରାଜର ପବିତ୍ର ତ୍ରିବେଣୀ ସଂଗମଠାରେ ବୁଡ ପକାଇବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ଯୋଗୀ ଓ କ୍ୟାବିନେଟ ସଦସ୍ୟମାନେ ଅକ୍ଷୟବଟ ଓ ସରସ୍ୱତୀ କୂପ ଦର୍ଶନ କରିବାକୁ ଯିବେ । ଗତ ମକର ସଂକ୍ରାନ୍ତିଠାରୁ ପ୍ରୟାଗରାଜଠାରେ କୁମ୍ଭମେଳା ଆରମ୍ଭ ହୋଇଛି ।

ସମ୍ବନ୍ଧିତ ଖବର