“ବହୁତ ବଡ଼ ପାପ କରିଦେଇଛ” ଭୋଟ ଦେଇନଥିବାରୁ ଦିଗବିଜୟଙ୍କୁ ଟାର୍ଗେଟ କଲେ ମୋଦି

ନୂଆଦିଲ୍ଲୀ : ଗତକାଲି ଅନୁଷ୍ଠିତ ୬ଷ୍ଠ ପର୍ଯ୍ୟାୟ ନିର୍ବାଚନରେ ଭୋଟ ଦେଇନଥିବାରୁ କଂଗ୍ରେସ ନେତା ତଥା ଭୋପାଳ ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଦିଗବିଜୟ ସିଂଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଧ୍ୟପ୍ରଦେଶର ରତଲାମ ଜିଲ୍ଲାରେ ଏକ ନିର୍ବାଚନୀ ର‍୍ୟାଲିରେ ମୋଦି କହିଛନ୍ତି ଯେ ଗଣତନ୍ତ୍ରର ଏହି ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ଧାଡ଼ିରେ ଛିଡା ହୋଇ ଭୋଟ ଦେଇଥିବାବେଳେ ଦିଗବିଜୟଙ୍କୁ ଭୋଟ ଦେବା ପାଇଁ ସମୟ ମିଳିଲା ନାହିଁ । ସେ ଏକ ବଡ଼ ପାପ କରିଦେଇଛନ୍ତି ବୋଲି ମୋଦି କହିଛନ୍ତି ।

ଦିଗବିଜୟ ସିଂ ଭୋପାଳରେ ପ୍ରଚାରରେ ବ୍ୟସ୍ତ ରହିଥିବାର ଗତ କାଲି ମଧ୍ୟପ୍ରଦେଶର ରାଜଗଡ଼ରେ ଭୋଟ ଦେଇପାରିନଥିଲେ । ଏହାକୁ ନେଇ ନିଜେ ଦିଗବିଜୟ ଦୁଃଖପ୍ରକାଶ କରିଛନ୍ତି ଓ ଭବିଷ୍ୟତରେ ଭୋପାଳରେ ଭୋଟରତାଲିକାରେ ନିଜ ନାଁ ପଂଜୀକରଣ କରିବେ ବୋଲି କହିଛନ୍ତି । ଭୋପାଳରେ ତାଙ୍କ ବିରୋଧରେ ବିଜେପିର ସ୍ୱାଧ୍ୱୀ ପ୍ରଜ୍ଞା ସିଂ ଠାକୁର ଲଢୁଛନ୍ତି ।

ସମ୍ବନ୍ଧିତ ଖବର