ଜଗତସିଂହପୁର/ବାଲିକୁଦା : ଧାନକ୍ଷେତରେ ବ୍ୟାପକ ଫସଲ ନଷ୍ଟ ଦେଖି ରଶି ଲଗାଇ ଝୁଲି ପଡ଼ିଛନ୍ତି ଯୁବ ଚାଷୀ | ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ତଣ୍ଡିକୂଳ ପଞ୍ଚାୟତ ସାରଣା ଗାଁର କୃତିବାସ ସ୍ବାଇଁ(୩୫) | ଚାଷ ନଷ୍ଟ ଓ ଋଣ ଚାପ ଯୋଗୁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି |

Advertisment

କୃତିବାସ ମାଇକ୍ରୋ ଫାଇନାନ୍ସରୁ ୫୦ ହଜାର ଟଙ୍କା ଓ ହାତ ଉଧାରି ଆଣିଥିଲେ | ଫସଲ କ୍ଷତି ଦେଖି ଆଉ ସହି ନ ପାରି ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି | ଖବର ପାଇ ବାଲିକୁଦା - ଏରସମା ବିଧାୟକ ଶାରଦା ପ୍ରସନ୍ନ ଜେନା ମୃତକଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି | ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି | କୃତିବାସଙ୍କର ଦୁଇଟି ଛୋଟ ଝିଅ ଅଛନ୍ତି | ମୃତଦେହକୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶବ ସଂରକ୍ଷିତ ଗୃହରେ ରଖାଯାଇଛି | ଆଜି ବାଲିକୁଦା ପୁଲିସ ପଞ୍ଚନାମା କରିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି |

 କୃତିବାସଙ୍କ ସମ୍ପର୍କୀୟ ମାମୁଁ ବିପିନ ରାଉତଙ୍କ ସୂଚନା ଅନୁସାରେ, ସେ ପ୍ରାୟ ସାଢେ ୪ ଏକର ଜମିରେ ଚାଷ ଧାନ ଚାଷ କରିଥିଲେ | ନିଜର ପ୍ରାୟ ୩ ଏକର ଓ ଦେଢ ଏକର ଭାଗରେ ଜମି ଚାଷ କରିଥିଲେ | ଏ ବର୍ଷ ଭଲ ଧାନ ମଧ୍ୟ ହୋଇଥିଲା | କୃତିବାସ ପ୍ରାୟ ଦେଢ ଏକର ଧାନ କାଟି କ୍ଷେତରେ ଗଦା କରିଥିଲେ | ଅଦିନିଆ ବର୍ଷାରେ ନଷ୍ଟ ହୋଇ ଯାଇଥିଲା | କୃତିବାସ ଗତ କିଛି ଦିନ ହେଲା ଚାଷ ଜମିକୁ ଯାଉଥିଲେ ଓ ମନଦୁଃଖରେ ଫେରୁଥିଲେ | ଏପରିକି ସବୁ ସରିଗଲା ବୋଲି ପରିବାର ଲୋକଙ୍କୁ କହୁଥିଲେ | ଆଉ କାହିଁକି ବଞ୍ଚିବି ବୋଲି ଘର ଲୋକଙ୍କୁ କହୁଥିବା ମାମୁଁ ବିପିନ କହିଛନ୍ତି | 

ଗତକାଲି ଅପରାହ୍ନ ପ୍ରାୟ ୫ଟାରେ କୃତିବାସ ଘରକୁ ଫେରିଥିଲେ | ସବୁ ଦିନ ପରି ଘର ଛାତ ଉପରେ ଥିବା ଠାକୁର ଘରେ ସନ୍ଧ୍ୟା ପୂଜା କରିବାକୁ ଯାଇଥିଲେ | କିନ୍ତୁ ଫେରି ନ ଥିଲେ | କାହିଁକି ବିଳମ୍ବ ହେଉଛି ବୋଲି ପରିବାର ଲୋକ ଜାଣିବା ପାଇଁ ଛାତ ଉପରକୁ ଯାଇଥିଲେ | ଠାକୁର ଘର ପାଖରେ ଥିବା ଏକ ଷ୍ଟୋର ରୁମ ଭିତର ପଟୁ ବନ୍ଦ ରହିଥିଲା | ପରିବାର ଲୋକ କବାଟ ଭାଙ୍ଗିବା ପରେ କୃତିବାସଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ | ତୁରନ୍ତ ତାଙ୍କୁ ଜଗତସିଂହପୁର ମେଡିକାଲ ନେଇ ଆସିଥିଲେ | ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ |

 ତଣ୍ଡିକୂଳ ପଞ୍ଚାୟତ ସରପଞ୍ଚ ସୁପ୍ରିୟା ଦାସଙ୍କ କହିବା ଅନୁସାରେ, କୃତିବାସ ମାଇକ୍ରୋ ଫାଇନାନ୍ସରୁ ୫୦ ହଜାର ଟଙ୍କା ଓ ହାତ ଉଧାରି ଆଣିଥିଲେ | ଫସଲ କ୍ଷତି ଦେଖି ଆଉ ସହି ନ ପାରି ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି | ଖବର ପାଇ ବାଲିକୁଦା - ଏରସମା ବିଧାୟକ ଶାରଦା ପ୍ରସନ୍ନ ଜେନା ମୃତକଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି | ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି | କୃତିବାସଙ୍କର ଦୁଇଟି ଛୋଟ ଝିଅ ଅଛନ୍ତି | ମୃତଦେହକୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶବ ସଂରକ୍ଷିତ ଗୃହରେ ରଖାଯାଇଛି | ଆଜି ବାଲିକୁଦା ପୁଲିସ ପଞ୍ଚନାମା କରିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି |