ରାଉରକେଲା: ଯୁବକଙ୍କୁ ଭେଟିବାକୁ ଡାକି ତାଙ୍ ଠାରୁ ଟଙ୍କା ଛିନ୍ତାଇ ଘଟଣାରେ ରଘୁନାଥପାଲି ପୁଲିସ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ​ହେଲେ ବାଲୁଘାଟ ସର୍ଦ୍ଦାରବସ୍ତିର ଅର୍ଜୁନ୍ ଚୌଧୁରୀ(୨୫)। ଅଭିଯୁକ୍ତଠାରୁ ୩୫୦୦ ଟଙ୍କା ଜବତ ପରେ କୋର୍ଟ ଚାଲାଣ କରାଯାଇଛି।
ସୂଚନାନୁଯାୟୀ, ଅଭିଯୋଗକାରୀ ଭେଷଜ ସେଠ୍ ରାଉରକେଲା ଏନ୍ଆଇଟିରେ ସୁରକ୍ଷାକର୍ମୀ ଭାବେ କାମ କରନ୍ତି। ଶନିବାର ସନ୍ଧ୍ୟାରେ ଅଭିଯୁକ୍ତ ଅର୍ଜୁନ୍ ଏକ ଡେଟିଂ ଆପ୍ ଜରିଆରେ ଭେଷଜଙ୍କୁ ଯୋଗାଯୋଗ କରିଥିଲା। ଏକାକୀ ଭେଟିବାକୁ ପାନପୋଷ ଛକକୁ ଡାକିଥିଲା। ପରେ ତାଙ୍କୁ ଏକ ବାଇକ୍ରେ ବସାଇ ତରକେରା ଅଞ୍ଚଳକୁ ନେଇ ଯାଇଥିଲା। କିଛି ସମୟ ପରେ ଅର୍ଜୁନ୍ ଆଉ ୨ ଜଣ ସାଙ୍ଗଙ୍କୁ କଲ୍ କରି ଡାକିଥିଲା। ପରେ ସମସ୍ତେ ମିଶି ଭେଷଜକୁ ଆକ୍ରମଣ କରିଥିଲେ। ଭେଷଜ ଠାରୁ ୪ ହଜାର ଟଙ୍କା ନଗଦ ଟଙ୍କା ନେଇଥିବାବେଳେ ୮୧୬୦ ଟଙ୍କା ଫୋନ୍ ପେ’ ଜରିଆରେ ନେଇ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ। ଏନେଇ ଭେଷଜ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ରବିବାର ଅଭିଯୁକ୍ତକୁ ଗିରଫ କରିଛି।
ଅଭିଯୋଗକାରୀ ଭେଷଜ ସେଠ୍ ରାଉରକେଲା ଏନ୍ଆଇଟିରେ ସୁରକ୍ଷାକର୍ମୀ ଭାବେ କାମ କରନ୍ତି। ଶନିବାର ସନ୍ଧ୍ୟାରେ ଅଭିଯୁକ୍ତ ଅର୍ଜୁନ୍ ଏକ ଡେଟିଂ ଆପ୍ ଜରିଆରେ ଭେଷଜଙ୍କୁ ଯୋଗାଯୋଗ କରିଥିଲା। ଏକାକୀ ଭେଟିବାକୁ ପାନପୋଷ ଛକକୁ ଡାକିଥିଲା। ପରେ ତାଙ୍କୁ ଏକ ବାଇକ୍ରେ ବସାଇ ତରକେରା ଅଞ୍ଚଳକୁ ନେଇ ଯାଇଥିଲା। କିଛି ସମୟ ପରେ ଅର୍ଜୁନ୍ ଆଉ ୨ ଜଣ ସାଙ୍ଗଙ୍କୁ କଲ୍ କରି ଡାକିଥିଲା। ପରେ ସମସ୍ତେ ମିଶି ଭେଷଜକୁ ଆକ୍ରମଣ କରିଥିଲେ। ଭେଷଜ ଠାରୁ ୪ ହଜାର ଟଙ୍କା ନଗଦ ଟଙ୍କା ନେଇଥିବାବେଳେ ୮୧୬୦ ଟଙ୍କା ଫୋନ୍ ପେ’ ଜରିଆରେ ନେଇ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ। ଏନେଇ ଭେଷଜ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ରବିବାର ଅଭିଯୁକ୍ତକୁ ଗିରଫ କରିଛି।
ଉଲ୍ଲେଖଯୋଗ୍ୟ, ଅର୍ଜୁନ୍ ଚୌଧୁରୀ ଜଣେ ନିଶାସକ୍ତ ଯୁବକ। ସେ ପ୍ରତିଦିନ ଚୋରି, ଡକାୟତି କରି ନିଜର ଗୁଜୁରାଣ ମେଣ୍ଟାଏ। ତା’ ନାଁରେ ପୂର୍ବରୁ ସହରର ଏକାଧିକ ଥାନାରେ ୩ଟି ମାମଲା ରହିଛି।
crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)