କୁତ୍ରା: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ଡାହିଜିରା ମଖାପଡ଼ା ଗ୍ରାମର ବିକ୍ରମ ତିର୍କି(୩୨) ଟ୍ରାକ୍ଟରରୁ ତଳକୁ ପଡ଼ି ପ୍ରାଣ ହରାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ଅପରାହ୍ଣରେ ବିକ୍ରମ ତିର୍କି ଟ୍ରାକ୍ଟର ଧୋଇବାକୁ ଡାହିଜିରା ନାଳକୁ ଯାଉଥିବାବେଳେ ବାହାଦୁର ଛକ ନିକଟରେ ଟ୍ରାକ୍ଟରରୁ ହଠାତ ତଳକୁ ପଡ଼ିଯାଇ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ କୁତ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ଡାହିଜିରା ମଖାପଡ଼ା ଗ୍ରାମର ବିକ୍ରମ ତିର୍କି(୩୨) ଟ୍ରାକ୍ଟରରୁ ତଳକୁ ପଡ଼ି ପ୍ରାଣ ହରାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ଅପରାହ୍ଣରେ ବିକ୍ରମ ତିର୍କି ଟ୍ରାକ୍ଟର ଧୋଇବାକୁ ଡାହିଜିରା ନାଳକୁ ଯାଉଥିବାବେଳେ ବାହାଦୁର ଛକ ନିକଟରେ ଟ୍ରାକ୍ଟରରୁ ହଠାତ ତଳକୁ ପଡ଼ିଯାଇ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ କୁତ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣା ସଂପର୍କରେ ସୂଚନା ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)