ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ବିଲେଇମୁଣ୍ଡା ଛକ ନିକଟରେ ଟ୍ରେଲର ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା।
ସ୍ଥାନୀୟ ଲୋକଙ୍କ ରାସ୍ତାରୋକ। ଗତକାଲି ଏକ ଟ୍ରେଲର୍ ବିଲେଇମୁଣ୍ଡା ଗାଁ ମଝିରେ ସ୍ଥାନୀୟ ଯୁବକ ଲୋକନାଥ ପ୍ରଧାନଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ହୋଇଥିଲା।
ଏହାପରେ ଉତ୍ତ୍ୟକ୍ତ ଗ୍ରାମବାସୀ ଶବ ରଖି ରାସ୍ତାରୋକ କରିଛନ୍ତି। ଗାଁ ରାସ୍ତାରେ ଖଣିଜଦ୍ରବ୍ୟ ପରିବହନ ବନ୍ଦ ଓ ବାଇପାସ୍ ରାସ୍ତା ନିର୍ମାଣ ସହ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବି କରିଛନ୍ତି ଲୋକେ। ରାସ୍ତାରୋକ ଯୋଗୁଁ ଶହ ଶହ କୋଇଲା ବୋଝେଇ ଭାରୀଯାନ ଓ ଅନ୍ୟ ଗାଡ଼ମଟର ଅଟକି ରହିଛି। ହେମଗିରି ତହସିଲଦାର ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/EwH3mPRUEgvpOM2KI94U.jpeg)