ଜଳେଶ୍ୱର: ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ସୁଗୋ ପଞ୍ଚାୟତର ବାଣିଦା ଗ୍ରାମକୁ ଏକ ବଣୁଆ ଦନ୍ତା ହାତୀ ପଶି ଆସିଛି। ପୂର୍ବାହ୍ନ ୬ ଟା ସମୟରେ ୧୩ ନମ୍ବର ଓ୍ବାର୍ଡର ବାରିକ ସାହିରେ ପ୍ରଥମେ ଗ୍ରାମବାସୀ ଏହି ଦନ୍ତା ହାତୀକୁ ଦେଖିବାକୁ ପାଇଥିଲେ।
ଜଳେଶ୍ୱର ବ୍ଲକ ସୁଗୋ ପଞ୍ଚାୟତର ବାଣିଦା ଗ୍ରାମକୁ ଏକ ବଣୁଆ ଦନ୍ତା ହାତୀ ପଶି ଆସିଛି। ପୂର୍ବାହ୍ନ ୬ ଟା ସମୟରେ ୧୩ ନମ୍ବର ଓ୍ବାର୍ଡର ବାରିକ ସାହିରେ ପ୍ରଥମେ ଗ୍ରାମବାସୀ ଏହି ଦନ୍ତା ହାତୀକୁ ଦେଖିବାକୁ ପାଇଥିଲେ। ନାରାୟଣ ଚନ୍ଦ୍ର ବାରିକଙ୍କ ଜ୍ୟେଷ୍ଠ ପୁତ୍ର ସୁର୍ଯ୍ୟକାନ୍ତ(୪୫)ଙ୍କୁ ଦନ୍ତା ପାଦରେ ଖୁବ୍ ଜୋର୍ ଛାଟି ଦେଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଛି। ସୁର୍ଯ୍ୟକାନ୍ତ ଜଣେ ମାନସିକ ଅନଗ୍ରସର ହୋଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେହିପରି ଗ୍ରାମର ବସନ୍ତ ବାରିକ, ଅନନ୍ତ ବାରିକ ଓ ବିଜୟ ପାତ୍ରଙ୍କ ଘର ଭାଙ୍ଗିଛି। ହାତୀ ଭୟରେ ବାଣିଦା ଗାଁର ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି।
ନାରାୟଣ ଚନ୍ଦ୍ର ବାରିକଙ୍କ ଜ୍ୟେଷ୍ଠ ପୁତ୍ର ସୁର୍ଯ୍ୟକାନ୍ତ(୪୫)ଙ୍କୁ ଦନ୍ତା ପାଦରେ ଖୁବ୍ ଜୋର୍ ଛାଟି ଦେଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଛି। ସୁର୍ଯ୍ୟକାନ୍ତ ଜଣେ ମାନସିକ ଅନଗ୍ରସର ହୋଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେହିପରି ଗ୍ରାମର ବସନ୍ତ ବାରିକ, ଅନନ୍ତ ବାରିକ ଓ ବିଜୟ ପାତ୍ରଙ୍କ ଘର ଭାଙ୍ଗିଛି। ହାତୀ ଭୟରେ ବାଣିଦା ଗାଁର ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଜଳେଶ୍ୱରରୁ ବନ୍ୟ ବିଭାଗର ଏକ ଟିମ ପହଞ୍ଚି ହାତୀର ଗତିବିଧି ଉପରେ ନଜର ରଖିଛି। ଗ୍ରାମବାସୀମାନେ ହାତୀକୁ ଦେଖିବା ପାଇଁ ଭିଡ଼ ଜମାଇ ହୋହଲ୍ଲା କରୁଥିବାରୁ ହାତୀ ଅଧିକ ଉଗ୍ର ହେଉଥିବା ଜଣାପଡ଼ିଛି।