ଭୁବନେଶ୍ବର: ଆଜି ରାଜଧାନୀର ସରକନ୍ତରା ରେଳ ଫାଟକ ନିକଟରେ ଜଣେ ଯୁବକ ଟ୍ରେନ ଆଗକୁ ଡେଇଁପଡ଼ିଥିବାର ସୂଚନା ରହିଛି। ମୃତ ଯୁବକଙ୍କ ନାଁ ସଞ୍ଜୟ ପରିଡ଼ା ଓ ତାଙ୍କର ବୟସ ପାଖାପାଖି ୪୦ ବର୍ଷ ବୋଲି ଜଣାଯାଇଛି। ତାଙ୍କର ଘର ଖଣ୍ଡଗିରି ଥାନା ଅନ୍ତର୍ଗତ ବାହାଦଲପୁରରେ।
ରାଜଧାନୀର ସରକନ୍ତରା ରେଳ ଫାଟକ ନିକଟରେ ଜଣେ ଯୁବକ ଟ୍ରେନ ଆଗକୁ ଡେଇଁପଡ଼ିଥିବାର ସୂଚନା ରହିଛି। ମୃତ ଯୁବକଙ୍କ ନାଁ ସଞ୍ଜୟ ପରିଡ଼ା ଓ ତାଙ୍କର ବୟସ ପାଖାପାଖି ୪୦ ବର୍ଷ ବୋଲି ଜଣାଯାଇଛି। ତାଙ୍କର ଘର ଖଣ୍ଡଗିରି ଥାନା ଅନ୍ତର୍ଗତ ବାହାଦଲପୁରରେ।
ଘଟଣା ସଂପର୍କରେ ଖବର ପାଇ ସଞ୍ଜୟ ପରିଡ଼ାଙ୍କ ମୃତଦେହ ଜବତ କରିଛି ପୁଲିସ। ଜିଆରପି ଥାନା ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।