ରାଉରକେଲା: ସାମାନ୍ୟ ବଚସାରୁ ଜଣେ ଯୁବକକୁ ପିଟିପିଟି ହତ୍ୟା କରାଯାଇଛି। ମୃତକ ହେଲେ ସେକ୍ଟର-୬ ବିବେକାନନ୍ଦପାଲିର ଏସ୍‌କେ ଲାଲ୍‌ଟୁ (୩୪)। ଗତକାଲି ସଂଧ୍ୟା ପ୍ରାୟ ୭ଟାରେ ଟେଲିଫୋନ୍‌ ଭବନ ନିକଟ କଚଡ଼ାପୁଲିଆ ରିଂରୋଡରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା। ଆକ୍ରମଣକାରୀ ସେହି ବସ୍ତିର ୩ ଭାଇଙ୍କ ସହିତ ୪ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ସେକ୍ଟର-୭ ପୁଲିସ ଶବ ଜବତ କରିବା ସହ ହତ୍ୟା ମାମଲା ରୁଜୁ କରିଛି। ପୂର୍ବ ଶତ୍ରୁତା କିମ୍ବା ଜୁଆଆଡ଼ାକୁ ବିରୋଧ କରିବାରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

Advertisment

ମୃତ ଯୁବକଙ୍କ ଭାଇ ସେକ୍‌ ସୋନୁ ଓ ସ୍ଥାନୀୟ ଲୋକଙ୍କ ବୟାନ ଅନୁଯାୟୀ ପୁଲିସ ଘଟଣାର ତଦନ୍ତ ଚଳାଇଛି। ମୃ୍ତ ଯୁବକଙ୍କ ନାଁରେ ସେକ୍ଟର-୭ ଓ ସେକ୍ଟର-୧୯ ଥାନାରେ ଏକାଧିକ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି। ଇସ୍ପାତ ସହରାଞ୍ଚଳ ପ୍ରମୁଖ ମାର୍କେଟ ଆଗରେ ଏଭଳି ହତ୍ୟାକାଣ୍ଡ ପୁଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛି।

ସେକ୍ଟର-୬ ବିବେକାନନ୍ଦପାଲିରେ ସେକ୍‌ ଲାଲ୍‌ଟୁ ଓ ଆକ୍ରମଣକାରୀ ରହନ୍ତି। ଗତକାଲି ସଂଧ୍ୟା ପ୍ରାୟ ୭ଟାରେ ଲାଲ୍‌ଟୁ ଘରକୁ ଫେରୁଥିଲେ। ଟେଲିଫୋନ୍‌ ଭବନ କଚଡ଼ାପୋଲ ନିକଟରେ ଆକ୍ରମଣକାରୀ ଓ ତାଙ୍କର କିଛି ସହଯୋଗୀ ଲାଲ୍‌ଟକୁ ଅଟକାଇଥିଲେ। କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପ୍ରତିବାଦ କରିବାରୁ ଆକ୍ରମଣକାରୀ ଲାଠିରେ ଲାଲ୍‌ଟକୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଲାଲ୍‌ଟୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବେହୋସ ହୋଇ ତଳେ ପଡ଼ିଯିବା ପରେ ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଭାଇ  ସୋନୁ ଓ ତା’ର କିଛି ସହଯୋଗୀ ଗୁରୁତର ଅବସ୍ଥାରେ ଲାଲ୍‌ଟକୁ ଉଦ୍ଧାର କରି ଇସ୍ପାତ ଜେନେରାଲ ହସ୍ପିଟାଲ(ଆଇଜିଏଚ୍‌)ରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ଲାଲ୍‌ଟକୁ ମୃତ ଘୋଷଣା କରିଥିଲେ। ଟେଲିଫୋନ ନିକଟ କଚଡ଼ାପୁଲିଆ ନିକଟରେ ରାତିରେ ହେଲେ ନିଶାଡି ଆଡ୍ଡା ଜମୁଛି। ଏମିତି ଟେଲି‌ଫୋନ୍‌ ଭବନ ପଛ ପାର୍ଶ୍ବରେ ଅନେକ ସମୟରେ ଜୁଆ ଖେଳ ମଧ୍ୟ ଚାଲୁଛି। ପୁଲିସ ଅନେକବାର ଚଢ଼ଉ କରିଛି କିଛି ଅପରାଧୀକୁ ଗିରଫ କରି କ‌ୋର୍ଟ ଚାଳାଣ କରିଛି।

ମିଳିଥିବା ସୂଚନା ଅନୁଯାୟୀ ସେକ୍ଟର-୬ ବିବେକାନନ୍ଦପାଲିରେ ସେକ୍‌ ଲାଲ୍‌ଟୁ ଓ ଆକ୍ରମଣକାରୀ ରହନ୍ତି। ଗତକାଲି ସଂଧ୍ୟା ପ୍ରାୟ ୭ଟାରେ ଲାଲ୍‌ଟୁ ଘରକୁ ଫେରୁଥିଲେ। ଟେଲିଫୋନ୍‌ ଭବନ କଚଡ଼ାପୋଲ ନିକଟରେ ଆକ୍ରମଣକାରୀ ଓ ତାଙ୍କର କିଛି ସହଯୋଗୀ ଲାଲ୍‌ଟକୁ ଅଟକାଇଥିଲେ। କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପ୍ରତିବାଦ କରିବାରୁ ଆକ୍ରମଣକାରୀ ଲାଠିରେ ଲାଲ୍‌ଟକୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଲାଲ୍‌ଟୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବେହୋସ ହୋଇ ତଳେ ପଡ଼ିଯିବା ପରେ ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଭାଇ  ସୋନୁ ଓ ତା’ର କିଛି ସହଯୋଗୀ ଗୁରୁତର ଅବସ୍ଥାରେ ଲାଲ୍‌ଟକୁ ଉଦ୍ଧାର କରି ଇସ୍ପାତ ଜେନେରାଲ ହସ୍ପିଟାଲ(ଆଇଜିଏଚ୍‌)ରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ଲାଲ୍‌ଟକୁ ମୃତ ଘୋଷଣା କରିଥିଲେ। ଟେଲିଫୋନ ନିକଟ କଚଡ଼ାପୁଲିଆ ନିକଟରେ ରାତିରେ ହେଲେ ନିଶାଡି ଆଡ୍ଡା ଜମୁଛି। ଏମିତି ଟେଲି‌ଫୋନ୍‌ ଭବନ ପଛ ପାର୍ଶ୍ବରେ ଅନେକ ସମୟରେ ଜୁଆ ଖେଳ ମଧ୍ୟ ଚାଲୁଛି। ପୁଲିସ ଅନେକବାର ଚଢ଼ଉ କରିଛି କିଛି ଅପରାଧୀକୁ ଗିରଫ କରି କ‌ୋର୍ଟ ଚାଳାଣ କରିଛି। ଅବାଧ ନିଶା କାରବାରରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା ସ୍ଥାନୀୟ ଅଞ୍ଚଳର କିଛି ଲୋକ ଅଭିଯୋଗ କରିଛନ୍ତି।