ନନ୍ଦପୁର: ନନ୍ଦପୁର ବ୍ଲକ ପାଡୁଆ ଥାନା ଅଧୀନ ପାନ୍ଥଲୁଙ୍ଗ ପଞ୍ଚାୟତ ଅନ୍ତର୍ଗତ ଚଂପାପୁଟ ଗାଁର ଜଣେ ବ୍ୟକ୍ତି ଦେଶୀ ଡଙ୍ଗାରେ ମାଛ ଧରିବାକୁ ଯାଇ ନିଖୋଜ ଥିବା ବେଳେ ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ନିଖୋଜ ବ୍ୟକ୍ତି ହେଲେ ବଳରାମ ଡୁରୁ (୪୧)। ସେ ଶନିବାର ସନ୍ଧ୍ୟାରେ ଗାଁ ନିକଟ ଜଳ ଭଣ୍ଡାରରେ ମାଛ ଧରିବାକୁ ଯାଇଥିଲେ। ରାତି ହୋଇଥିଲେ ମଧ୍ୟ ସେ ଫେରି ନଥିଲେ।
ପାଡୁଆ ଥାନା ଅଧୀନ ପାନ୍ଥଲୁଙ୍ଗ ପଞ୍ଚାୟତ ଅନ୍ତର୍ଗତ ଚଂପାପୁଟ ଗାଁର ଜଣେ ବ୍ୟକ୍ତି ଦେଶୀ ଡଙ୍ଗାରେ ମାଛ ଧରିବାକୁ ଯାଇ ନିଖୋଜ ଥିବା ବେଳେ ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ନିଖୋଜ ବ୍ୟକ୍ତି ହେଲେ ବଳରାମ ଡୁରୁ (୪୧)। ସେ ଶନିବାର ସନ୍ଧ୍ୟାରେ ଗାଁ ନିକଟ ଜଳ ଭଣ୍ଡାରରେ ମାଛ ଧରିବାକୁ ଯାଇଥିଲେ। ରାତି ହୋଇଥିଲେ ମଧ୍ୟ ସେ ଫେରି ନଥିଲେ। ସକାଳେ ପରିବାର ଓ ଗ୍ରାମବାସୀ ଖୋଜାଖୋଜି କରି ତାଙ୍କ ଡଙ୍ଗା ଜଳଭଣ୍ଡାରରେ ଭାସୁଥିବା ବେଳେ ବଳରାମ ନିଖୋଜ ଥିଲେ। ଏଣୁ ପରିବାର ଲୋକେ ପାଡୁଆ ଥାନାକୁ ଜଣାଇବା ପରେ ନନ୍ଦପୁର ଅଗ୍ନିଶମ କର୍ମଚାରୀ ପହଞ୍ଚି ଜଳଭଣ୍ଡାରରେ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି।
ସକାଳେ ପରିବାର ଓ ଗ୍ରାମବାସୀ ଖୋଜାଖୋଜି କରି ତାଙ୍କ ଡଙ୍ଗା ଜଳଭଣ୍ଡାରରେ ଭାସୁଥିବା ବେଳେ ବଳରାମ ନିଖୋଜ ଥିଲେ। ଏଣୁ ପରିବାର ଲୋକେ ପାଡୁଆ ଥାନାକୁ ଜଣାଇବା ପରେ ନନ୍ଦପୁର ଅଗ୍ନିଶମ କର୍ମଚାରୀ ପହଞ୍ଚି ଜଳଭଣ୍ଡାରରେ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି।