ଉଦଳା: ପ୍ରଥମେ ସାପ କାମୁଡ଼ିଲା, ପରେ ସାପକୁ ମାରି ସାଙ୍ଗରେ ଧରି ମେଡିକାଲରେ ପହଞ୍ଚିଲେ ଯୁବକ। ଉଦଳା ଥାନା ନାଗପାଳ ଗାଁରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି। ଅଜିତ କର୍ମକାର ନାମକ ଯୁବକଙ୍କୁ ବିଷାକ୍ତ ନାଗ ସାପ କାମୁଡ଼ିଥିଲ। ଏହା ଜାଣିବା ପରେ ଯୁବକ ଅଜିତ ସାପଟିକୁ କଚାଡ଼ି ମାରିଦେଇଥିଲେ। ପରେ ସାପଟିକୁ ଧରି ସେ ମେଡ଼ିକାଲରେ ପହଞ୍ଚିଥିଲେ।
ଧୀରେ ଧୀରେ ଅଜିତ କର୍ମକାରଙ୍କର ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେବାରୁ ତାଙ୍କୁ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/post_attachments/wp-content/uploads/2022/11/snake.jpg)