ବାଲିପାଟଣା: ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଭଅଁରା ନିଜିଗଡ଼ ନିକଟ କୁଣ୍ଢେଇ କେନାଲଠାରେ ଆଜି ସକାଳୁ ଜଣେ ଯୁବକଙ୍କୁ ଟାଙ୍ଗିଆରେ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଭାଲିଆ ଦଣ୍ଡା ମଉକା ସାହିର ଅକ୍ଷୟ ଭୋଇ ( ୪୫ ) ଗୁରୁତର ହୋଇଛନ୍ତି | ତାଙ୍କୁ ଉଦ୍ଧାର କରି ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରା ଯାଇଥିଲା | ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ଥିବାରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି | ଅନ୍ୟପକ୍ଷରେ ଏହି ସମ୍ବେଦନଶୀଳ ଘଟଣାରେ ସୂଚନା ପାଇ ପୁଲିସ ଏଯାଏଁ ପହଁଞ୍ଚି ପାରି ନ ଥିବା ଅଭିଯୋଗ ହୋଇଛି | ପୁଲିସ ର ଭୁମିକାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି |
ଅକ୍ଷୟ ଆଜି ସକାଳୁ କାମକୁ ଯାଉଥିଲେ | ହଂସପାଳ-ନିମାପଡ଼ା କେନାଲ ବନ୍ଧ କୁଣ୍ଢେଇ କେନାଲ ନିକଟରେ ହୋଇଥିବା ବେଳେ ମଉକା ସାହିର ଭାସ୍କର ଭୋଇ ସେଠାରେ ପହଞ୍ଚି ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା | ଟାଙ୍ଗିଆ ଚୋଟରେ ଅକ୍ଷୟଙ୍କ ଡାହାଣ ହାତ କାନ୍ଧ ଓ ପେଣ୍ଡା ରେ ଗଭୀର କ୍ଷତ ସୃଷ୍ଟି ହୋଇଛି | ଏହି ଘଟଣାରେ ସ୍ଥାନୀୟ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି | ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଆକ୍ରମଣ କରିଥିବା ଜଣାପଡିଛି | ତେବେ ଭାସ୍କର ଜଣେ ଅସାମାଜିକ ଯୁବକ ବୋଲି ସ୍ଥାନୀୟ ଲୋକେ କହିଛନ୍ତି | କିଛି ଦିନ ପୂର୍ବରୁ ସେ ନିଜ ସମ୍ପର୍କୀୟ ଭାଇକୁ ମାରଣାସ୍ତ୍ରରେ ଆକ୍ରମଣ କରି ଲହୁଲୁହାଣ କରିଥିଲା | ସେଥିପାଇଁ ମଧ୍ୟ ଜେଲ ଦଣ୍ଡ ଭୋଗିଥିଲା | ବାରମ୍ବାର ସ୍ଥାନୀୟ ଅଞ୍ଚଳରେ କୌଣସି କଥାକୁ କେନ୍ଦ୍ର କରି ଆତଙ୍କ ଖେଳାଉଥିବା ଲୋକେ ଅଭିଯୋଗ କରିଛନ୍ତି |
ସୂଚନା ଅନୁସାରେ, ଅକ୍ଷୟ ଆଜି ସକାଳୁ କାମକୁ ଯାଉଥିଲେ | ହଂସପାଳ-ନିମାପଡ଼ା କେନାଲ ବନ୍ଧ କୁଣ୍ଢେଇ କେନାଲ ନିକଟରେ ହୋଇଥିବା ବେଳେ ମଉକା ସାହିର ଭାସ୍କର ଭୋଇ ସେଠାରେ ପହଞ୍ଚି ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା | ଟାଙ୍ଗିଆ ଚୋଟରେ ଅକ୍ଷୟଙ୍କ ଡାହାଣ ହାତ କାନ୍ଧ ଓ ପେଣ୍ଡା ରେ ଗଭୀର କ୍ଷତ ସୃଷ୍ଟି ହୋଇଛି | ଏହି ଘଟଣାରେ ସ୍ଥାନୀୟ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି | ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଆକ୍ରମଣ କରିଥିବା ଜଣାପଡିଛି | ତେବେ ଭାସ୍କର ଜଣେ ଅସାମାଜିକ ଯୁବକ ବୋଲି ସ୍ଥାନୀୟ ଲୋକେ କହିଛନ୍ତି | କିଛି ଦିନ ପୂର୍ବରୁ ସେ ନିଜ ସମ୍ପର୍କୀୟ ଭାଇକୁ ମାରଣାସ୍ତ୍ରରେ ଆକ୍ରମଣ କରି ଲହୁଲୁହାଣ କରିଥିଲା | ସେଥିପାଇଁ ମଧ୍ୟ ଜେଲ ଦଣ୍ଡ ଭୋଗିଥିଲା | ବାରମ୍ବାର ସ୍ଥାନୀୟ ଅଞ୍ଚଳରେ କୌଣସି କଥାକୁ କେନ୍ଦ୍ର କରି ଆତଙ୍କ ଖେଳାଉଥିବା ଲୋକେ ଅଭିଯୋଗ କରିଛନ୍ତି | ଆକ୍ରମଣ ପରେ ଦୁର୍ବୃତ୍ତ ଗାଁରେ ଖୋଲାରେ ବୁଲି ଧମକଚମକ ଦେଉଥିବା ଖବର ହସ୍ତଗତ ହୋଇଛି