ନୂଆପଡ଼ା: ଜଙ୍ଗଲରେ ବାରହା ଶିକାର ପାଇଁ ଫାସ ବସାଇ ବିଦ୍ୟୁତ ସଂଯୋଗ କରିଥିଲେ। ବଳଦକୁ ବଞ୍ଚାଇବା ପାଇଁ ଜଣେ ଯୁବକ ଦୌଡ଼ି ଯାଇଥିଲେ। କିନ୍ତୁ ନିଜେ ବସାଇଥିବା ଫାସରେ ପଡ଼ି ବିଦ୍ୟୁତ ସଂସ୍ପର୍ଶରେ  ଯୁବକ ଗୁରୁତର ଆହତ ହୋଇଛନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ନୂଆପଡ଼ା ଥାନା ଟାନଓଟ ଓ ଧାମନତରୀ ଗାଁ ନିକଟ ଜଙ୍ଗଲରେ ।

Advertisment

ରାତିରେ ଟାନଓଟ-ଧାମନପୁରୀ ରାସ୍ତା ନିକଟ ଜଙ୍ଗଳରେ ବାରହା ଶୀକାର ପାଇଁ ଗାଁର କିଛି ଶିକାରୀ ବାରହା ଫାସ ବିଛାଇଥିଲେ। ଏଥିରେ ୧୧ କେଭି ବିଦ୍ୟୁତ ସଂଯୋଗ କରି ବରାହକୁ ଶିକାର ପାଇଁ ଅପେକ୍ଷା କରିଥିଲେ। ବିଳମ୍ବିତ ରାତିରେ ସେହି ଜଙ୍ଗଳକୁ ମହୁଲଭଟା ଗାଁର ଜଣେ ବ୍ୟକ୍ତି ବଳଦ(ହଳ) ଗାଡ଼ି ଧରି କାଠ ଚୋରି କରିବା ପାଇଁ ଯାଉଥିଲେ। ଏହି ଦେଖି ଶିକାରୀମାନେ ବଳଦ ଓ ଲୋକ ବାରହା ଫାସ ବିଦ୍ୟୁତ ସଂଯୋଗରେ ଆସିବାର ଆଶଙ୍କା କରିଥିଲେ। ଏହି ସମୟରେ ଜଣେ ଯୁବକ ଦୌଡ଼ି ଯାଇ ହଳଗାଡ଼ିକୁ ଅଟକାଇବାକୁ ଉଦ୍ୟମ କରିଥିଲେ। ତେବେ ହଳଗାଡି଼ ଅଟକିବା ପୂର୍ବରୁ ଗୋଟିଏ ବଳଦ ବିଦ୍ୟୁତ ସଂସ୍ପର୍ଶରେ ମୃତ୍ୟୁ ହୋଇଥିଲେ । ସେଠି ବଳଦକୁ ରକ୍ଷା କରିବା ଯାଇଥିବା ଜଣେ ଯୁବକ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ। ରାତିପ୍ରାୟ ୨ଟାରେ ଗାଁ ଲୋକେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠି ଯୁବକଙ୍କ ସାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ବୁର୍ଲା ଭିମସାରକୁ ସ୍ଥାନାନ୍ତର କରିଥିଲେ । ପରିବାର ଲୋକେ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ସହରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

 ଗତ ୨୦ ତାରିଖ ରାତିରେ ଟାନଓଟ-ଧାମନପୁରୀ ରାସ୍ତା ନିକଟ ଜଙ୍ଗଳରେ ବାରହା ଶୀକାର ପାଇଁ ଗାଁର କିଛି ଶିକାରୀ ବାରହା ଫାସ ବିଛାଇଥିଲେ । ଏଥିରେ ୧୧ କେଭି ବିଦ୍ୟୁତ ସଂଯୋଗ କରି ବରାହକୁ ଶିକାର ପାଇଁ ଅପେକ୍ଷା କରିଥିଲେ। ବିଳମ୍ବିତ ରାତିରେ ସେହି ଜଙ୍ଗଳକୁ ମହୁଲଭଟା ଗାଁର ଜଣେ ବ୍ୟକ୍ତି ବଳଦ(ହଳ) ଗାଡ଼ି ଧରି କାଠ ଚୋରି କରିବା ପାଇଁ ଯାଉଥିଲେ। ଏହି ଦେଖି ଶିକାରୀମାନେ ବଳଦ ଓ ଲୋକ ବାରହା ଫାସ ବିଦ୍ୟୁତ ସଂଯୋଗରେ ଆସିବାର ଆଶଙ୍କା କରିଥିଲେ। ଏହି ସମୟରେ ଜଣେ ଯୁବକ ଦୌଡ଼ି ଯାଇ ହଳଗାଡ଼ିକୁ ଅଟକାଇବାକୁ ଉଦ୍ୟମ କରିଥିଲେ। ତେବେ ହଳଗାଡି଼ ଅଟକିବା ପୂର୍ବରୁ ଗୋଟିଏ ବଳଦ ବିଦ୍ୟୁତ ସଂସ୍ପର୍ଶରେ ମୃତ୍ୟୁ ହୋଇଥିଲେ । ସେଠି ବଳଦକୁ ରକ୍ଷା କରିବା ଯାଇଥିବା ଜଣେ ଯୁବକ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ। ରାତିପ୍ରାୟ ୨ଟାରେ ଗାଁ ଲୋକେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠି ଯୁବକଙ୍କ ସାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ବୁର୍ଲା ଭିମସାରକୁ ସ୍ଥାନାନ୍ତର କରିଥିଲେ । ପରିବାର ଲୋକେ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ସହରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

ଏବେ ଯୁବଜ ଜଣକ ଜୀବନ ସହ ସଂଗ୍ରାମ କରୁଛନ୍ତି । ଯୁବକଙ୍କ ଡାହାଣ ହାତ ଓ ଦେହ ବିଦ୍ୟୁତ ସଂସ୍ପର୍ଶରେ ଜଳି ଯାଇଛି । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ନୂଆପଡ଼ା ଥାନା ଆଇଆଇସି ଗଙ୍ଗାଧର ମେହେର କହିଛନ୍ତି । ଏଠି ସଭିଏ ଭୁଲ କାମ କରିଥିବାରୁ କେହି ମୁହଁ ଖୋଲୁନାହାନ୍ତି । ଯେଉଁ ଯୁବକ ବାରହା ଶିକାର ପାଇଁ ଫାସ ଲଗାଇଥିଲେ, ସେହି ଯୁବକ ଫସି ଯାଇଥିଲେ। ଅନ୍ୟପକ୍ଷେ ବଳଦ ମାଲିକ ମଧ୍ୟ କାଠ ଚୋରି କରିବାକୁ ଯାଉଥିବାରୁ ସେ ବି କୌଣସି ଅଭିଯୋଗ କରିନ‌ଥିବା ଜଣାପଡ଼ିଛି । ଏହି ଜଙ୍ଗଳରେ ବର୍ଷବର୍ଷ ଧରି ବାରହା ଶିକାର ହେଉଥିଲେ ବି ବନ ବିଭାଗ ଚୁପ ବସିଛି । ଏହି ବିଦ୍ୟୁତ ଫାସରେ ଅନେକ ସମୟରେ ବାରହା ଶୀକାର ହେଉଛି । ସେହିପରି ଭାଲୁ ଓ ଅନ୍ୟ ବନ୍ୟଜନ୍ତୁ ପଡ଼ି ମୃତ୍ୟୁ ହେଉଥିବା ଅଭିଯୋଗ ହୋଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।