ଅନୁଗୁଳ: ଅନୁଗୁଳ ଜିଲ୍ଲା ସମଲ ଥାନା ଅଞ୍ଚଳରେ ଗୋଳାବାରୁଦ ଫାଟି ଜଣେ ଯୁବକ ଗୁରୁତର ହୋଇଛନ୍ତି। ସମଲ ଗ୍ରାମର ହଗୁରୁ ସାମଲ (୨୭) ଜଙ୍ଗଲୀ ବାରହା ଶିକାର ପାଇଁ ଏକ ଗୋଳାବାରୁଦ ପକେଟରେ ଧରି କୁଲେଇ ଅଞ୍ଚଳକୁ ଯାଇଥିଲେ। ଅତ୍ୟଧିକ ମଦ୍ୟପାନ ଯୋଗୁ ଭାରସାମ୍ୟ ହରାଇ ସେ ଖସି ପଡ଼ିଥିଲେ। ଫଳରେ ପକେଟରେ ଥିବା ଗୋଳାବାରୁଦ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ହଗୁରୁଙ୍କ ଜଙ୍ଘ ଫାଟି ଦୁଇ ଫାଳ ହୋଇ ଯାଇଛି।
ସମଲ ଥାନା ଅଞ୍ଚଳରେ ଗୋଳାବାରୁଦ ଫାଟି ଜଣେ ଯୁବକ ଗୁରୁତର ହୋଇଛନ୍ତି। ସମଲ ଗ୍ରାମର ହଗୁରୁ ସାମଲ (୨୭) ଜଙ୍ଗଲୀ ବାରହା ଶିକାର ପାଇଁ ଏକ ଗୋଳାବାରୁଦ ପକେଟରେ ଧରି କୁଲେଇ ଅଞ୍ଚଳକୁ ଯାଇଥିଲେ। ଅତ୍ୟଧିକ ମଦ୍ୟପାନ ଯୋଗୁ ଭାରସାମ୍ୟ ହରାଇ ସେ ଖସି ପଡ଼ିଥିଲେ। ଫଳରେ ପକେଟରେ ଥିବା ଗୋଳାବାରୁଦ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ହଗୁରୁଙ୍କ ଜଙ୍ଘ ଫାଟି ଦୁଇ ଫାଳ ହୋଇ ଯାଇଛି।
ଖବର ପାଇ ସମଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ହଗୁରୁଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି। ସେଠାରେ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରଯାଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/08/05/new-project-1-2025-08-05-12-52-01.jpg)