ରାଉରକେଲା: ୫ ହଜାର ଟଙ୍କା ପୁରସ୍କାର ପାଇବା ଲୋଭରେ ଜଣେ ଯୁବତୀ ୧ ଲକ୍ଷ ୬୦ ହଜାର ୪୦ ଟଙ୍କା ହରାଇଛନ୍ତି। ସାଇବର ଠକ ନାନା ପ୍ରଲୋଭନ ଦେଖାଇ ଯୁବତୀଙ୍କ ଠାରୁ ୩୨ ଥର ଓଟିପି ନେଇ ଏଭଳି କାଣ୍ଡ ଭିଆଇଛି। ଏଭଳି ଘଟଣା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବାବେଳେ ଠକାମୀର ଶିକାର ଯୁବତୀ ଛେଣ୍ଡ ଥାନାର ଦ୍ବାରସ୍ଥ ହୋଇଛନ୍ତି। ପୁଲିସ ଏକ ଆଇଟି ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି।
ସୂଚନାନୁଯାୟୀ, ଛେଣ୍ଡ ଅଞ୍ଚଳର ଜଣେ ଯୁବତୀ(୨୪)ଙ୍କୁ ରବିବାର ଦିନ ପ୍ରାୟ ୧ଟାବେଳେ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା। କଲ୍ କରିଥିବା ଯୁବକ ଜଣକ ନିଜକୁ ଗୁଗୁଲ୍ ପେ’ର ଜଣେ କର୍ମଚାରୀ ବୋଲି ପରିଚୟ ଦେଇଥିଲା। ଯୁବତୀଙ୍କ ନମ୍ବରରେ ୫ ହଜାର ଟଙ୍କାର ଏକ ପୁରସ୍କାର ଉଠିଛି ବୋଲି କହିଥିଲା। ଏହି ପୁରସ୍କାର ପାଇବାକୁ କଣ କରିବାକୁ ପଡ଼ିବ ବୋଲି ଯୁବତୀ ପଚାରିଥିଲେ। କଲ୍ କରିଥିବା ଠକ କହିଲା ଯେ ଆପଣଙ୍କୁ ଏକ ଲିଙ୍କ୍ ପଠାଇବି। ଲିଙ୍କ୍ରେ କ୍ଲିକ୍ କରିବା ପରେ ଏକ ଓଟିପି ଆସିବ ଯାହାକୁ ଆପଣ ମୋ ସହ ସେୟାର କରିବେ ଏବଂ କିଛି ସମୟ ମଧ୍ୟରେ ପୁରସ୍କାର ରାଶି ଆପଣ ପାଇପାରିବେ। ଏହା କହି ଠକ କଲ୍ କାଟି ଦେଇଥିଲା। କିଛି ସମୟ ପରେ ଯୁବତୀଙ୍କ ନମ୍ବରରେ ଏକ ଅଜଣା ଲିଙ୍କ୍ ଆସିଥିଲା। ଯାହାକୁ ସେ ଠକକୁ ଦେଇଥିଲେ। ଏହାପରେ ଆଉ ୩୧ ଥର ନୂଆନୂଆ ଓଟିପି ଠକକୁ ଦେଇଥିଲେ ଯୁବତୀ। ୩୨ ଥରରେ ଯୁବତୀଙ୍କ ଆକାଉଣ୍ଟରୁ ମୋଟ ୧ ଲକ୍ଷ ୬୦ ହଜାର ୪୦ ଟଙ୍କା ଚଳୁ କରି ନେଇଥିଲା ସାଇବର ଠକ।
ଛେଣ୍ଡ ଅଞ୍ଚଳର ଜଣେ ଯୁବତୀ(୨୪)ଙ୍କୁ ରବିବାର ଦିନ ପ୍ରାୟ ୧ଟାବେଳେ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା। କଲ୍ କରିଥିବା ଯୁବକ ଜଣକ ନିଜକୁ ଗୁଗୁଲ୍ ପେ’ର ଜଣେ କର୍ମଚାରୀ ବୋଲି ପରିଚୟ ଦେଇଥିଲା। ଯୁବତୀଙ୍କ ନମ୍ବରରେ ୫ ହଜାର ଟଙ୍କାର ଏକ ପୁରସ୍କାର ଉଠିଛି ବୋଲି କହିଥିଲା। ଏହି ପୁରସ୍କାର ପାଇବାକୁ କଣ କରିବାକୁ ପଡ଼ିବ ବୋଲି ଯୁବତୀ ପଚାରିଥିଲେ। କଲ୍ କରିଥିବା ଠକ କହିଲା ଯେ ଆପଣଙ୍କୁ ଏକ ଲିଙ୍କ୍ ପଠାଇବି। ଲିଙ୍କ୍ରେ କ୍ଲିକ୍ କରିବା ପରେ ଏକ ଓଟିପି ଆସିବ ଯାହାକୁ ଆପଣ ମୋ ସହ ସେୟାର କରିବେ ଏବଂ କିଛି ସମୟ ମଧ୍ୟରେ ପୁରସ୍କାର ରାଶି ଆପଣ ପାଇପାରିବେ। ଏହା କହି ଠକ କଲ୍ କାଟି ଦେଇଥିଲା। କିଛି ସମୟ ପରେ ଯୁବତୀଙ୍କ ନମ୍ବରରେ ଏକ ଅଜଣା ଲିଙ୍କ୍ ଆସିଥିଲା। ଯାହାକୁ ସେ ଠକକୁ ଦେଇଥିଲେ। ଏହାପରେ ଆଉ ୩୧ ଥର ନୂଆନୂଆ ଓଟିପି ଠକକୁ ଦେଇଥିଲେ ଯୁବତୀ। ୩୨ ଥରରେ ଯୁବତୀଙ୍କ ଆକାଉଣ୍ଟରୁ ମୋଟ ୧ ଲକ୍ଷ ୬୦ ହଜାର ୪୦ ଟଙ୍କା ଚଳୁ କରି ନେଇଥିଲା ସାଇବର ଠକ।
ଏହାପରେ ଠକ ମୋବାଇଲ୍ ବନ୍ଦ କରିଦେଇଥିଲା। ଯୁବତୀ ଠକ ସହ ଯୋଗାଯୋଗ କରିନପାରିବାରୁ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ସୋମବାର ସକାଳେ ବ୍ୟାଙ୍କ ଖାତା ଯାଞ୍ଚ କରିବା ପରେ ଛେଣ୍ଡ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।