ନନ୍ଦପୁର: ନନ୍ଦପୁର ବ୍ଲକ ପାଡୁଆ ଥାନା ଅଧୀନ କସନ୍ଦି ପଞ୍ଚାୟତର ରୂଢିଚୁଆ ଗ୍ରାମରେ ରବିବାର ସାନ ଭାଇର ଠେଙ୍ଗା ମାଡ଼ରେ ବଡ଼ ଭାଇର ମୃତ୍ୟୁ ହୋଇଛି। ମୃତକ ବଡ଼ ଭାଇ ଜଣକ ଜୟରାମ ପାଙ୍ଗି (୩୮) ବୋଲି ପରିଚୟ ମିଳିଛି। ସ୍ତ୍ରୀ ମଣି ପାଙ୍ଗିଙ୍କ ଏତଲା କ୍ରମେ ପାଡୁଆ ଓ ନନ୍ଦପୁର ପୋଲିସ ଗ୍ରାମରେ ପହଞ୍ଚି ମୃତଦେହ ଜବତ କରିବା ସହ ସାନ ଭାଇ ରାମ ପାଙ୍ଗି (୩୫) କୁ ଥାନାକୁ ଆଣି ପଚରାଉଚରା କରିବା ସହ ଗିରଫ କରାଯାଇଥିବା ଥାନାଧିକାରୀ ଅଶୋକ କୁମାର ବିଶୋଇ ସୂଚନା ଦେଇଛନ୍ତି। 
      ସ୍ତ୍ରୀଙ୍କ ଏତଲା ମୁତାବକ ଗତ ୨୨/୮/୨୦୨୫ ରିଖ ଶୁକ୍ରବାର ଦିନ ନିଜ ବାଡ଼ରେ ଥିବା ସଲପ ଗଛକୁ କେନ୍ଦ୍ରକରି ଦୁଇ ଭାଇ ଜୟରାମ ଓ ରାମଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସାନଭାଇ ରାମ ବଡ଼ଭାଇ ଜୟରାମଙ୍କୁ ଏକ ଠେଙ୍ଗାରେ ମାରିବା ସହ ଲାତ ବିଧା ଗୋଇଠା ମାରିଥିଲେ। ମୁଣ୍ଡରେ ଆଘାତ ପାଇ କ୍ଷତାକ୍ତ ହୋଇଥିବା ଜୟରାମ ଘରେ ରହି ଚିକିତ୍ସିତ ହେଉଥିଲେ। କିନ୍ତୁ ଶନିବାର ସକାଳୁ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସ୍ତ୍ରୀ ଓ ସାନ ଭାଇ ପ୍ରଥମେ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ କୋରାପୁଟ ଚିକିତ୍ସା ପାଇଁ ନେଇଥିଲେ। ମୁଣ୍ଡର ଆଘାତ ଗୁରୁତର ଥିବା ଦେଖି ଡାକ୍ତର ବିଶାଖାପାଟଣା ରେଫର କରିବାରେ ଜୟରାମଙ୍କୁ ପରିବାର ଲୋକେ ପ୍ରସ୍ତୁତି ପାଇ ଘରକୁ ଫେରାଇ ଆଣିଥିଲେ। ଘରେ ପହଞ୍ଚିବା ମାତ୍ରେ ଜୟରାମଙ୍କ ମୃତ୍ୟୁ ହୋଇଥିଲା ବୋଲି ଏତଲାରେ ସେ ଉଲ୍ଲେଖ କରିଛନ୍ତି।

Advertisment

 ଶୁକ୍ରବାର ଦିନ ନିଜ ବାଡ଼ରେ ଥିବା ସଲପ ଗଛକୁ କେନ୍ଦ୍ରକରି ଦୁଇ ଭାଇ ଜୟରାମ ଓ ରାମଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସାନଭାଇ ରାମ ବଡ଼ଭାଇ ଜୟରାମଙ୍କୁ ଏକ ଠେଙ୍ଗାରେ ମାରିବା ସହ ଲାତ ବିଧା ଗୋଇଠା ମାରିଥିଲେ। ମୁଣ୍ଡରେ ଆଘାତ ପାଇ କ୍ଷତାକ୍ତ ହୋଇଥିବା ଜୟରାମ ଘରେ ରହି ଚିକିତ୍ସିତ ହେଉଥିଲେ। କିନ୍ତୁ ଶନିବାର ସକାଳୁ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସ୍ତ୍ରୀ ଓ ସାନ ଭାଇ ପ୍ରଥମେ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ କୋରାପୁଟ ଚିକିତ୍ସା ପାଇଁ ନେଇଥିଲେ। ମୁଣ୍ଡର ଆଘାତ ଗୁରୁତର ଥିବା ଦେଖି ଡାକ୍ତର ବିଶାଖାପାଟଣା ରେଫର କରିବାରେ ଜୟରାମଙ୍କୁ ପରିବାର ଲୋକେ ପ୍ରସ୍ତୁତି ପାଇ ଘରକୁ ଫେରାଇ ଆଣିଥିଲେ। ଘରେ ପହଞ୍ଚିବା ମାତ୍ରେ ଜୟରାମଙ୍କ ମୃତ୍ୟୁ ହୋଇଥିଲା ବୋଲି ଏତଲାରେ ସେ ଉଲ୍ଲେଖ କରିଛନ୍ତି।

ପାଡୁଆ ଥାନାଧିକାରୀ ଅଶୋକ କୁମାର ବିଶୋଇ, ନନ୍ଦପୁର ଥାନାଧିକାରୀ ମମତା ପଣ୍ଡା, ଏସଆଇ ହିମାଂଶୁ ବେନିଆ, ଏସଆଇ ଟୁନା ଶବର, ସୁରେନ୍ଦ୍ର ସେଠୀ ପ୍ରମୁଖ ରବିବାର ଅପରାହ୍ନରେ ରୂଢିଚୁଆ ଗ୍ରାମରେ ପହଞ୍ଚି ମୃତଦେହ ଜବତ କରି ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ପାଡୁଆ ଥାନା କେସ ନ ୧୦୦/୨୦୨୫ ପ୍ରକାରେ ମାମଲା ରୁଜୁ କରି ସାନଭାଇ ରାମଙ୍କୁ  କୋର୍ଟ ଚାଲାଣ କରାଯାଇଥିବା ସୁଚନା ମିଳିଛି। ସୋମବାର ଜିଲ୍ଲା ପୁଲିସର ବୈଷୟିକ ଦଳ ରୂଢିଚୁଆ ଗ୍ରାମରେ ତଦନ୍ତ କରିଛନ୍ତି । ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରୀ ଦଳ ଶବ ବ୍ୟବଚ୍ଛେଦ କରି ଶବ ହସ୍ତାନ୍ତର କରିଥିବା ପୁଲିସ ପକ୍ଷରୁ ସୁଚନା ଦିଆଯାଇଛି।