ବ୍ରହ୍ମପୁର: ଗଂଜାମ ଜିଲ୍ଲା ଗୋଷlଣୀ ବ୍ଲକ ଗୁରାଣ୍ଡି ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଗୁଣୁପୁର ଥାନା ଅନ୍ତର୍ଗତ ଦଶବନ୍ତପୁର ଗ୍ରାମର ଜଣେ ଯୁବକ ପ୍ରେମ ପରେ ପ୍ରତିଶୃତି, ତାପରେ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖି ଗର୍ଭବତୀ କରିବା ପରେ ପ୍ରତାରଣା କରି ଗିରଫ ହୋଇଥିବାର ଜଣାଯାଇଛି । ଅଭିଯୋଗକାରୀ ଯୁବତୀଙ୍କୁ ବର୍ତ୍ତମାନ ୧୮ ବୟସ ହୋଇଥିବା ବେଳେ ପ୍ରାୟ ତିନି ବର୍ଷ ପୂର୍ବେ ଅର୍ଥାତ ସେ ନାବାଳିକା ଥିବାବେଳେ ଯୁବକ ଜଣକ ସମ୍ପର୍କ ରଖି ଗର୍ଭବତୀ କରିଥିଲେ ବୋଲି ଜଣାପଡିଛି ।

Advertisment

ଯୁବତୀଙ୍କ ଅଭିଯୋଗକୁ ଭିତ୍ତି କରି ଗୁରାଣ୍ଡି ଥାନାରେ ୯୨/୨୪ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ହେବା ପରେ ଆଜି ଯୁବକ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାର ଗୁରାଣ୍ଡି ଥାନା ସୂତ୍ରରୁ ଜଣାପଡିଛି । ଯୁବତୀ ଜଣକଙ୍କ ଲିଖିତ ଅଭିଯୋଗ ଅନୁଯାୟୀ ପ୍ରାୟ ତିନି ବର୍ଷ ପୂର୍ବେ ଯେତେବେଳେ ସେ ନାବାଳିକା ଥିବା ସମୟରେ ରାୟଗଡା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ଦଶମନ୍ତପୁର ଗ୍ରାମର ବି. ତରୁଣ (୨୪) ଯିଏକି ସମ୍ପର୍କୀୟ ଅଟନ୍ତି ସେ ସେତେବେଳେ ପ୍ରେମଜାଲରେ ଫସାଇଥିଲେ । ପରେ ବିଭିନ୍ନ ପ୍ରଲୋଭନ ତଥା ବିବାହର ପ୍ରତିଶୃତି ଦେଇ ସମ୍ପର୍କ ରଖି ଆସୁଥିଲେ ।

ଯୁବତୀ ଜଣକ ଯେତେବେଳେ ନାବାଳିକା ଅବସ୍ଥାରେ ଗର୍ଭବତୀ ହୋଇଥିଲେ ସେତେବେଳେ ଯୁବତୀଙ୍କ ଘର ଲୋକେ ତରୁଣଙ୍କ ପରିବାରଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ମଧ୍ୟ ଯୁବକଙ୍କ ପରିବାର ଲୋକେ ଏବଂ ଯୁବକ ଜଣକ ବିବାହ ପାଇଁ ମନା କରିଦେଇଥିଲେ । ହେଲେ ନିଜ ଝିଅର ଭବିଷ୍ୟତ ପାଇଁ ଯୁବତୀଙ୍କ ପରିବାର ବର୍ଗ ବିବାହ ପାଇଁ ବାରମ୍ବାର ନିବେଦନ କରିଆସୁଥିଲେ । ଇତି ମଧ୍ୟରେ ନାବାଳିକା ଜଣକଙ୍କୁ ୧୮ ବର୍ଷ ବୟସ ପୂରଣ ହୋଇଯାଇ ଯୁବତୀ ହୋଇଥିବାବେଳେ ୭ ମାସ ଗର୍ଭବତୀ ହୋଇଯାଇଥିବାରୁ ଯୁବତୀଙ୍କ ସମେତ ତାଙ୍କ ପରିବାର ଲୋକେ ଚିନ୍ତିତ ଥିଲେ । ତେବେ ଶେଷରେ ଗୁରାଣ୍ଡି ଥାନାର ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ ।