ଜୟପୁର : ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ

ଜୟପୁର : ଗତ ୪ବର୍ଷ ହେବ ସ୍ଥାନୀୟ ଓଡିଆ ମେଦିରି ସାହି ଅଂଚଳର ପ୍ରଭାତି ନାୟକ ନାମ୍ନୀ ଯୁବତୀଙ୍କ ସହ ଅଭିଯୁକ୍ତ ରତ୍ନାକର ସ୍ବାଇଁ ନାମକ ଯୁବକ ପ୍ରେମ ସଂପର୍କ ସ୍ଥାପନ କରିଥିଲେ। ତାଙ୍କୁ ପ୍ରେମ ଜାଲରେ ଫସାଇ ଶାରିରୀକ ସଂପର୍କ ସ୍ଥାପନ କରିଥିଲେ। ପରବର୍ତ୍ତୀ ସମୟରେ ଡରାଇ ଧମକାଇ ଶାରିରୀକ ସଂପର୍କ ରଖି ଆସୁଥିଲେ। ଗତ କାଲି ଦୈନିକ ବଜାରରେ ଅଭିଯୁକ୍ତ ଜଣକ ଯୁବତୀଙ୍କୁ ମାରଣାନ୍ତକ ଆକ୍ରମଣ କରିଥିବାକୁ ନେଇ ଯୁବତୀ ଜଣକ ମହିଳା ଥାନାରେ ଅଭିଯୋଗ କରିଥିଲେ। ମହିଳା ଥାନା ଆଇଆଇସି ମମତା ପାଣିଗ୍ରାହୀ, ସବଇନ୍ସପେକ୍ଟର ମିନାକ୍ଷୀ ଦଳବେହେରା ପ୍ରମୁଖ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଦଫା ୩୭୬(୨ଏନ୍),୫୦୬, ୩୨୩ ଆଇପିସି ସହ ଏସଟି/ଏସସି ପ୍ରିଭେସନ୍ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଛନ୍ତି। ଅଭିଯୁକ୍ତ ଓ ଏବଂ ପୀଡିତା ଯୁବତୀଙ୍କର ଡାକ୍ତରୀ ମାଇନା କରାଯାଇଥିଲା। ଘଟଣାର ତଦନ୍ତଭାର ଡିଏସପି ବିମଳକାନ୍ତ ବ୍ରହ୍ମା ନେବା ସହ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟକୁ ଚାଳାଣ କରିଛନ୍ତି। ଅଭିଯୁକ୍ତ ଜଣକ ବିଚାରବିଭାଗୀୟ ହାଜତକୁ ଯାଇଥିବା ସୂଚନା ମିଳିଛି।

ଏପରିକି ପୂର୍ବରୁ ବି ଅଭିଯୁକ୍ତ ଜଣକ ଅନ୍ୟ ଜଣେ ଯୁବତୀଙ୍କୁ ପ୍ରେମଜାଲରେ ପସାଇ ତା ସହ ବି ଶାରିରୀକ ସଂପର୍କ ରଖିଥିବା ପୁଲିସ ତଦନ୍ତ ବେଳେ ଜାଣି ପାରିଛି। ଏପରିକି ଉକ୍ତ ଯୁବତୀ ବି ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ଟାଉନଥାନାରେ ଦୁଷ୍କର୍ମ ଅଭିଯୋଗ କରିଥିଲେ। ଏହା ପରେ ଅଭିଯୁକ୍ତ ଯୁବକ ଜଣକ କୋର୍ଟରେ ବୁଝାମଣା କରି ଆପୋଷ ବିବାଦ ସମାଧାନ କରିବା ସହ ଉକ୍ତ ଯୁବତୀଙ୍କୁ ରେଜିଷ୍ଟ୍ରୀ ବିବାହ କରି ପାଖରେ ରଖିଛନ୍ତି। ଉକ୍ତ ଯୁବତୀଙ୍କୁ ପାଖରେ ରଖି ବି ଅଭିଯୁକ୍ତ ଜଣକ ପ୍ରଭାତୀଙ୍କ ସହ ଶାରିରୀକ ସଂପର୍କ ରଖିଥିବା ପୁଲିସ ତଦନ୍ତ ବେଳେ ଜାଣି ପାରିଥିବା କହିଛନ୍ତି ମହିଳା ଥାନା ଆଇଆଇସି ମମତା ପାଣିଗ୍ରାହୀ।

ସମ୍ବନ୍ଧିତ ଖବର