କଟକ: କଟକ ସହରର ମାଣିକଘୋଶ ବଜ଼ାରରେ ଆଜି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି | ଜଣେ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି | ଯୁବତୀଙ୍କୁ ଜଣେ ଯୁବକ ଆକ୍ରମଣ କରିଛନ୍ତି | ଯୁବତୀ ଜଣକ ରାସ୍ତାରେ ଛିଡା ହୋଇଥିବାବେଳେ ଜୈନେକ ଯୁବକ ଏକ ଧାରୁଆ ଅସ୍ତ୍ରରେ ହଠାତ ଆକ୍ରମଣ କରି ଦୌଡ଼ି ଚାଲିଯାଇଥିଲେ |
ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ପ୍ରଥମେ ସିଟି ହସ୍ପିଟାଲ ଓ ପରେ ଏସସିବି ପଠାଯାଇଛି | ଯୁବତୀଙ୍କ ମୁଣ୍ଡ ଓ ଡାହାଣ ହାତରେ ଗଭୀର ଆଘାତ ଲାଗିଛି | ଏହି ଘଟଣାକୁ ନେଇ ପୁରୀଘାଟ ପୁଲିସ ତଦନ୍ତ ଆରମ୍ଭ କରିଛି | କାହିଁକି ଓ କେଉଁ ପରିସ୍ଥିତିରେ ଏ ଘଟଣା ଘଟିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/post_attachments/wp-content/uploads/2023/06/murder.jpg)