ମାଲକାନଗିରି: ସୀମାନ୍ତ ଛତିଶଗଡରେ ଏକ ଅଜବ ଗଜବ ଘଟଣା ସାମ୍ନାକୁ ଆସିଛି। ଯାହା ଏବେ ସାରା ରାଜ୍ୟ ସହ ପଡୋଶୀ ମାଲାକାନଗିରିରେ ବେଶ ଚର୍ଚ୍ଚା ସାଉଁଟିଛି। ଲୋକେ ମାନସିକ ପାଇଁ ପଶୁ ଓ ପକ୍ଷୀ ବଳି ଦିଅନ୍ତି ଏହାର ବହୁ ନଜିର ରହିଛି। ଏପରିକି ଅନ୍ଧ ବିଶ୍ବାସରେ ଶିଶୁ ବଳି ମଧ୍ୟ ଦେବାର ନଜିର ରହିଛି। ଏଠାରେ କିନ୍ତୁ ସନ୍ତାନ ପାଇବା ପାଇଁ ଗୋଟା କୁକୁଡା ଗିଳିବା ଯୋଗୁଁ ଜଣକର ମୃତ୍ୟୁ ହୋଇଯାଇଛି। ଏହି ଘଟଣା ଅମ୍ବିକାପୁର ଜିଲ୍ଲାର ଛିଦକାଲୋ ଗାଁରେ ଘଟିଛି | ଗାଁ'ର ଜନୈକ ଯୁବକ ପ୍ରବୀଣ କୁମାର ଦୀର୍ଘ ଦିନ ବାହା ହେବା ପରେ ମଧ୍ୟ ସନ୍ତାନର ସୁଖ ପାଇ ପାରିଲେ ନାହିଁ। ଏଥିପାଇଁ ସେ ବହୁ ଭଗବାନଙ୍କୁ ଡାକିବା ସହ ଯିଏ ଯାହା କହିଲା ତାହା କଲେ।
ତେବେ ଅନ୍ଧବିଶ୍ବାସର ସୀମା ଏଥର ଟପିଯାଇଥିଲା। ଜଣେ ବାବାଙ୍କ କଥାରେ ସେ ଗୋଟା କୁକୁଡା ଗିଳିଲେ ସନ୍ତାନ ପ୍ରାପ୍ତି ହେବ ବୋଲି କହିବା ପରେ ସେ ଏଭଳି କାମ କରିଥିଲେ। ତେବେ କୁକୁଡା ଗଳାରେ ଅଟକି ଯାଇଥିଲା। ଯାହାଫଳରେ ସେ ଅଣନିଃଶ୍ବାସି ହୋଇ ମୃତ୍ୟୁବରଣ କରିଥିଲେ।
ତୁରନ୍ତ ପରିବାର ଲୋକେ ତାକୁ ଅମ୍ବିକାପୁର ମେଡିକାଲ ନେଇଥିଲେ। ପରିବାର ଲୋକେ କହିଥିଲେ ଯେ ସେ ପଡିଯିବାରୁ ତାଂକର ଚେତା ପଳାଇଯାଇଛି। କିନ୍ତୁ ଡାକ୍ତର ତାଂକର ମୃତ୍ୟୁ ଘୋଷଣା କରିବା ସହ ଶବ ବ୍ୟବଛେଦରେ ଗଳାରୁ ଏକ କୁକୁଡାକୁ କାଢିଥିଲେ। ଡାକ୍ତରଙ୍କ କହିବା ହେଲା ଯେ ସେମାନେ ୧୫ ହଜାରରୁ ଉର୍ଦ୍ଧ୍ବ ଶବ ବ୍ୟବଛେଦ କରିଛନ୍ତି। କିନ୍ତୁ ଏଭଳି ବ୍ୟବଛେଦ ପ୍ରଥମ ଥର କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2024/12/16/3xik2nsQ3gmvkem6eJFi.jpg)