ସୁନ୍ଦରଗଡ: ଦେଖୁ ଦେଖୁ ହଠାତ ବଢ଼ିଲା ଇବ ନଦୀ ଜଳସ୍ତର ଆଉ ନଦୀ ମଝିରେ ଫସିଲେ ଯୁବକ । ସୁନ୍ଦରଗଡ ଇବ ନଦୀରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି | ମିଳିଥିବା ସୂଚନା ମୁତାବକ ସୁନ୍ଦରଗଡ଼ ସଦର ଭସମା ଥାନା କୁଡ଼ାବଗାଠାରେ ଇବ ନଦୀ ଉପରେ ବ୍ୟାରେଜ କାମ ଚାଲିଛି । ଏହି ବ୍ୟାରେଜ ପ୍ରୋଜେକ୍ଟରେ ଅତିଶ ପଣ୍ଡା ନାମକ ଯୁବକ ସିକୁରୀଟି ଗାର୍ଡ କାମ କରନ୍ତି । ରାତିରେ ସହଯୋଗୀଙ୍କ ସହିତ ବ୍ୟାରେଜ କାମ ଜଗିବା ପାଇଁ ଯାଇ ନଦୀ ମଝିରେ ଥିବା ଟାପୁରେ ଶୋଇପଡିଥିଲେ | ହେଲେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହଠାତ ଇବନଦୀରେ ଜଳସ୍ତର ବଢିଯାଇଥିଲା ଆଉ ସେ ସେଠାରେ ଦୀର୍ଘ ସମୟ ଧରି ଫସି ରହିଯାଇଥିଲେ । ସେଠାରୁ ଉଦ୍ଧାର ପାଇଁ ପାଟି କରିବା ପରେ ଗାଁ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଯୁବକକୁ ଉଦ୍ଧାର କରିଛନ୍ତି |
ଦେଖୁ ଦେଖୁ ବଢିଗଲା ଇବ ନଦୀ ଜଳସ୍ତର, ନଦୀ ମଝିରେ ଫସିଲେ ଯୁବକ
ଦେଖୁ ଦେଖୁ ହଠାତ ବଢ଼ିଲା ଇବ ନଦୀ ଜଳସ୍ତର ଆଉ ନଦୀ ମଝିରେ ଫସିଲେ ଯୁବକ । ସୁନ୍ଦରଗଡ ଇବ ନଦୀରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି | ମିଳିଥିବା ସୂଚନା ମୁତାବକ ସୁନ୍ଦରଗଡ଼ ସଦର ଭସମା ଥାନା କୁଡ଼ାବଗାଠାରେ ଇବ ନଦୀ ଉପରେ ବ୍ୟାରେଜ କାମ ଚାଲିଛି ।
/sambad/media/media_files/2025/06/20/new-project-2025-06-20-10-07-58.jpg)