କଥାରେ ଅଛି ଘରେ ଚାରିଗୋଡ଼ିଆ ବାନ୍ଧିଲେ ଦୋଷ, ନ ବାନ୍ଧିଲେ ବି ଦୋଷ। ଏଠାରେ ଚାରିଗୋଡ଼ିଆ କହିଲେ ଗାଈକୁ ବୁଝାଏ। କାରଣ ଗାଈର ଗୋମୟ, ମୂତ୍ର, କ୍ଷୀର, ଦହି, ଘିଅ ଆଦି ପୂଜାପର୍ବ ଓ ଦୈନନ୍ଦିନ କାର୍ଯ୍ୟରେ ଆବଶ୍ୟକ ହୋଇଥାଏ। ଏଣୁ ଗାଈ ନ ରଖିଲେ ଦୋଷ। ପୁଣି ରଖିଲେ ଦୋଷ କାହିଁକି? କାରଣ ଗାଈ ପାଳିଲେ ତା’ର ସେବାରେ ତ୍ରୁଟି କରିବା ଉଚିତ ନୁହେଁ। ସେବାରେ ତ୍ରୁଟି ହେଲେ ଓ ଗାଈର କିଛି ହୋଇଗଲେ ପାପ ଲାଗେ। କିନ୍ତୁ ଆଜିକାଲି ଲୋକେ ଘରେ ଗାଈ ରଖିବା ଅପେକ୍ଷା କୁକୁର ପାଳିବାକୁ ବେଶି ପସନ୍ଦ କରୁଛନ୍ତି। ତାକୁ ବାହାରେ ଖାଇବାକୁ ଦେବା ଓ ପାଣି ପିଇବାକୁ ଦେବା ଭଲ। ଏହା ଭୂତଯଜ୍ଞର ଅନ୍ତର୍ଗତ। ଜୀବେ ଦୟା ଭାବନାକୁ ମଧ୍ୟ ଏହା ପୁଷ୍ଟ କରେ। କିନ୍ତୁ ଘରେ କୁକୁର ପାଳିବାକୁ ଶାସ୍ତ୍ରରେ ବାରଣ କରାଯାଇଛି। ମହାଭାରତରେ ଅଛି, ଯିଏ ଘରେ କୁକୁର ପୋଷିବ ତା’ର ସ୍ବର୍ଗକୁ ଯିବାର ଅଧିକାର ନାହିଁ। ଏପରି କି ବ୍ରାହ୍ମଣ, ଦେବତା ଓ ପିତୃପୁରୁଷମାନେ ତା’ ଘରୁ ପାଣି ପାଆନ୍ତି ନାହିଁ।
ମହାଭାରତ ସ୍ବର୍ଗାରୋହଣ ପର୍ବରେ ଯୁଧିଷ୍ଠିର ଓ କୁକୁର ଉପାଖ୍ୟାନ ଅଛି। ଶ୍ରୀକୃଷ୍ଣଙ୍କ ଦେହତ୍ୟାଗ ପରେ ସମ୍ରାଟ୍ ଯୁଧିଷ୍ଠିର ରାଜ୍ୟଭାର ପରିକ୍ଷିତଙ୍କୁ ଦେଇ ସନ୍ନ୍ୟାସ ନେବାକୁ ଇଚ୍ଛା କଲେ। ଏହି ସମୟରେ ଦେବତା ଓ ଋଷିଗଣ ଆସି ତାଙ୍କୁ ସଶରୀରେ ସ୍ୱର୍ଗ ଯିବା ପାଇଁ ପରାମର୍ଶ ଦେଲେ। ଏଣୁ ପାଞ୍ଚଭାଇ ଓ ପତ୍ନୀ ଦ୍ରୌପଦୀ ବଳ୍କଳ ପରିଧାନ କରି ଯାତ୍ରା ଆରମ୍ଭ କଲେ। ବାଟରେ ଗୋଟିଏ କୁକୁର ତାଙ୍କ ସହ ଚାଲୁଥିଲା। ଗିରିରାଜ ହିମାଳୟ ଉପରେ ଚଢ଼ି ତାଙ୍କୁ ସୁମେରୁ ଶିଖରକୁ ଯିବାକୁ ପଡ଼ିବ। ବାଟରେ ଦ୍ରୌପଦୀଙ୍କଠାରୁ ଆରମ୍ଭ କରି ଶେଷରେ ଭୀମଙ୍କ ପର୍ଯ୍ୟନ୍ତ ଜଣକ ପରେ ଜଣେ ଖସିପଡ଼ି ପ୍ରାଣ ହରାଇଲେ। କିନ୍ତୁ କୁକୁରଟି ଶେଷ ପର୍ଯ୍ୟନ୍ତ ଯୁଧିଷ୍ଠିରଙ୍କ ପଛେ ପଛେ ଚାଲୁଥିଲା। ସ୍ବର୍ଗଦ୍ବାରରେ ପହଞ୍ଚିବା ପରେ ଇନ୍ଦ୍ରଙ୍କ ରଥ ଆସି ପହଞ୍ଚିଲା ଯୁଧିଷ୍ଠିରଙ୍କୁ ସଶରୀରେ ସ୍ବର୍ଗକୁ ନେବା ପାଇଁ। ଇନ୍ଦ୍ରଙ୍କ ସାରଥି ମାତଳି ରଥ ଚଳାଉଥିଲେ।
ମାତଳି ଯୁଧିଷ୍ଠିରଙ୍କୁ ଅଭିବାଦନ କରି କହିଲେ, ମହାରାଜ! ଆପଣଙ୍କୁ ନେବାକୁ ମୋତେ ଇନ୍ଦ୍ର ପଠାଇଛନ୍ତି, ଆପଣ ରଥରେ ବସନ୍ତୁ। ଯୁଧିଷ୍ଠିର କିନ୍ତୁ ନିଜେ ରଥରେ ବସିବା ପୂର୍ବରୁ ପ୍ରଥମେ କୁକୁରକୁ ବସାଇବାକୁ ଚାହିଲେ। ମାତଳି କହିଲେ, ଏ କି କଥା? ଆପଣ ଧର୍ମାତ୍ମା, ତେଣୁ ଏକମାତ୍ର ଆପଣଙ୍କୁ ସଶରୀରେ ସ୍ବର୍ଗକୁ ଯିବାର ଅଧିକାର ଅଛି। କୁକୁର ଏକ ଅପବିତ୍ର ମାଂସାଶୀ ପ୍ରାଣୀ। ସେ କେମିତି ଯାଇପାରିବ? ତା’ଛଡ଼ା ଶାସ୍ତ୍ରରେ ଅଛି, କୁକୁର ପାଳିବା ଲୋକ ସ୍ବର୍ଗକୁ ଯାଇପାରନ୍ତି ନାହିଁ।
ଯୁଧିଷ୍ଠିର କହିଲେ, ମୁଁ ଏ କୁକୁରକୁ ପାଳିନାହିଁ। କିନ୍ତୁ ସେ ଏତେବାଟ ମୋ ପଛେ ପଛେ ଆସିଛି। ସେ ମୋର ଶରଣାଗତ। ମୁଁ ରାଜା, କ୍ଷତ୍ରିୟ। ଶରଣାଗତକୁ ରକ୍ଷା କରିବା କ୍ଷତ୍ରିୟର ଧର୍ମ। ମୁଁ ମୋ ଧର୍ମ ତ୍ୟାଗ କରିପାରିବି ନାହିଁ। ମାତଳି କହିଲେ, ଆପଣ ସିନା ପୁଣ୍ୟବଳରେ ସିଧା ସ୍ବର୍ଗକୁ ଯିବାର ଅଧିକାର ପାଇଛନ୍ତି, କୁକୁର କେମିତି ଯାଇପାରିବ? ଯୁଧିଷ୍ଠିର କହିଲେ, ତା’ହେଲେ ମୁଁ ମୋର ସବୁ ପୁଣ୍ୟ ଏ କୁକୁରକୁ ଦାନ କରିବାକୁ ପ୍ରସ୍ତୁତ ଅଛି। ଆପଣ ତାକୁ ସ୍ବର୍ଗକୁ ନେଇଯାନ୍ତୁ।
ପ୍ରାଣୀ ମାତ୍ରକେ ଦୟା କରିବା ମଣିଷର ଧର୍ମ। କିନ୍ତୁ ଘରେ କୁକୁର ପାଳିବା ଅନୁଚିତ। କେବଳ ଶବର ଶ୍ରେଣୀର ଲୋକେ କୁକୁର ପାଳନ୍ତି ଶିକାରରେ ସାହାଯ୍ୟ କରିବା ପାଇଁ। ପୁଲିସ ବିଭାଗ ଓ ସୈନ୍ୟ ବିଭାଗରେ ବିଶେଷ ଜାତିଆ କୁକୁରକୁ ତାଲିମ ଦେଇ ତା’ର ଅସମ୍ଭବ ଘ୍ରାଣଶକ୍ତିର ଉପଯୋଗ କରାଯାଏ ବୋମା ଆଦି ଠାବ କରିବା ପାଇଁ। ଯଦି କୌଣସି ଧନିକ ଶ୍ରେଣୀର ବ୍ୟକ୍ତି ନିଜର ଧନସମ୍ପତ୍ତି ଜଗିବା ପାଇଁ କୁକୁର ପାଳିବା ନିହାତି ଆବଶ୍ୟକ କରନ୍ତି, ତେବେ କୁକୁର ପାଇଁ ଘର ବାହାରେ ଏକ ସ୍ବତନ୍ତ୍ର କୁକୁରଶାଳା ତିଆରି କରିବା ଆବଶ୍ୟକ। କୁକୁରକୁ ନିଜ ଘର ଭିତରେ ରଖି ନିଜ ଖଟ ଉପରେ ଚଢ଼ିବା, ପାଖରେ ଶୋଇବା ଓ ଚେୟାର ବା ସୋଫାରେ ବସିବାକୁ ସୁଯୋଗ ଦେବା ଉଚିତ ନୁହେଁ।
ଏହା ଶୁଣିବା ପରେ କୁକୁର ନିଜର ସ୍ବରୂପ ପ୍ରକାଶ କଲା। ଯୁଧିଷ୍ଠିର ଦେଖିଲେ, ତାଙ୍କ ସମ୍ମୁଖରେ ସାକ୍ଷାତ୍ ଧର୍ମରାଜ, ନ୍ୟାୟ ଓ ମୃତ୍ୟୁର ଦେବତା - ଯମ ଛିଡ଼ା ହୋଇଛନ୍ତି। ସ୍ବୟଂ ଧର୍ମ କୁକୁର ରୂପରେ ଯୁଧିଷ୍ଠିରଙ୍କ ପରୀକ୍ଷା ନେଉଥିଲେ। ଏହି ସମୟରେ ଇନ୍ଦ୍ର ଓ ଅନ୍ୟ ଦେବତାମାନେ ବି ପହଞ୍ଚିଯାଇଥିଲେ। ଯୁଧିଷ୍ଠିରଙ୍କ ନ୍ୟାୟପରାୟଣତା ଓ ଶରଣାଗତବତ୍ସଳତା ଦେଖି ଯମ ଓ ଅନ୍ୟ ଦେବତାମାନେ ପ୍ରସନ୍ନ ହୋଇ ତାଙ୍କୁ ଆଶୀର୍ବାଦ କଲେ। ଯମରାଜ ଯୁଧିଷ୍ଠିରଙ୍କୁ କହିଲେ, ହେ ରାଜା, ଆପଣଙ୍କ ପରି ନିଃସ୍ୱାର୍ଥ ବ୍ୟକ୍ତି ଏ ପର୍ଯ୍ୟନ୍ତ ଏ ଭୂମଣ୍ଡଳରେ କେହି ଜନ୍ମି ନାହାନ୍ତି। ଏକ ସାମାନ୍ୟ କୁକୁର ପାଇଁ ଜୀବନ ସାରା ଅର୍ଜିଥିବା ସମସ୍ତ ପୁଣ୍ୟ ତ୍ୟାଗ କରିଦେବା ପାଇଁ ଆପଣ ଯେପରି ପ୍ରସ୍ତୁତ ହୋଇଗଲେ ତାହା ମୋତେ ମୁଗ୍ଧ କରିଛି। ଆପଣଙ୍କ ହୃଦୟ ପ୍ରାଣୀମାତ୍ରଙ୍କ ପ୍ରତି ସ୍ନେହ ଓ କରୁଣାରେ ପ୍ଳାବିତ ହେଉଛି। ତେଣୁ ସ୍ୱର୍ଗଲୋକ ହିଁ ଆପଣଙ୍କ ପାଇଁ ଉପଯୁକ୍ତ ଧାମ। ତା’ପରେ ମହାରାଜା ଯୁଧିଷ୍ଠିର ଇନ୍ଦ୍ର, ଯମ ଓ ଅନ୍ୟ ଦେବତାମାନଙ୍କ ସହିତ ରଥରେ ବସି ସ୍ଵର୍ଗକୁ ଗଲେ।
ଏହି ଆଖ୍ୟାନରୁ ଏତିକି ଶିକ୍ଷା ମିଳିଲା ଯେ, ପ୍ରାଣୀ ମାତ୍ରକେ ଦୟା କରିବା ମଣିଷର ଧର୍ମ। କିନ୍ତୁ ଘରେ କୁକୁର ପାଳିବା ଅନୁଚିତ। କେବଳ ଶବର ଶ୍ରେଣୀର ଲୋକେ କୁକୁର ପାଳନ୍ତି ଶିକାରରେ ସାହାଯ୍ୟ କରିବା ପାଇଁ। ପୁଲିସ ବିଭାଗ ଓ ସୈନ୍ୟ ବିଭାଗରେ ବିଶେଷ ଜାତିଆ କୁକୁରକୁ ତାଲିମ ଦେଇ ତା’ର ଅସମ୍ଭବ ଘ୍ରାଣଶକ୍ତିର ଉପଯୋଗ କରାଯାଏ ବୋମା ଆଦି ଠାବ କରିବା ପାଇଁ। ଯଦି କୌଣସି ଧନିକ ଶ୍ରେଣୀର ବ୍ୟକ୍ତି ନିଜର ଧନସମ୍ପତ୍ତି ଜଗିବା ପାଇଁ କୁକୁର ପାଳିବା ନିହାତି ଆବଶ୍ୟକ କରନ୍ତି, ତେବେ କୁକୁର ପାଇଁ ଘର ବାହାରେ ଏକ ସ୍ବତନ୍ତ୍ର କୁକୁରଶାଳା ତିଆରି କରିବା ଆବଶ୍ୟକ। କୁକୁରକୁ ନିଜ ଘର ଭିତରେ ରଖି ନିଜ ଖଟ ଉପରେ ଚଢ଼ିବା, ପାଖରେ ଶୋଇବା ଓ ଚେୟାର ବା ସୋଫାରେ ବସିବାକୁ ସୁଯୋଗ ଦେବା ଉଚିତ ନୁହେଁ।
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା, ମୋ- ୭୦୦୮୯୬୦୫୦୨