ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୧୯ ଏକଜିଟ୍ ପୋଲରେ ବିଜେପିର ବାଜିମାତ। ମହାରାଷ୍ଟ୍ର ଓ ଗୋଆରେ ବିଜେପି ଜିତିବ ବୋଲି ଆକଳନ କରାଯାଉଛି । ଏକ ପ୍ରକାର କହିବାକୁ ଗଲେ ବିଜେପି କ୍ଲିନ୍ ସ୍ୱିପ୍ କରିବ । ଆଜତକ୍-ମାଇ ଇଣ୍ଡିଆ ଏକଜିଟ୍ ପୋଲ ଅନୁସାରେ ଏନଡ଼ିଏକୁ ୩୮ରୁ ୪୨ ସିଟ ମିଳିବାର ସମ୍ଭାବନା ରହିଛି । ଅନ୍ୟପଟେ ୟୁପିଏକୁ ୬ରୁ ୧୦ ସିଟ୍ ମିଳିବ ବୋଲି ଆକଳନ କରାଯାଉଛି ।
୨୦୧୪ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରରେ ବିଜେପିକୁ ୨୩ ଓ ସହଯୋଗୀ ଶିବସେନାକୁ ୧୮ଟି ସିଟ୍ ମିିଳିଥିଲା । ୨୦୧୯ ଏକଜିଟ୍ ପୋଲି ଅନୁସାରେ ବିଜେପି-ଶିବସେନାକୁ ୩୮ରୁ ୪୨ ମିଳିବାର ସମ୍ଭାବନା ଦେଖା ଦେଉଛି। ଅନ୍ୟପଟେ କଂଗ୍ରେସ ଓ ଏନସିପକୁ ମାତ୍ର ୧୦ଟି ସିଟରେ ସନ୍ତୁଷ୍ଟ ହେବାକୁ ପଡ଼ିବ ।
ଅନ୍ୟପଟେ ଦଳ ଅନୁସାରେ ଦେଖିବାକୁ ଗଲେ ବିଜେପିକୁ ୪୮ ପ୍ରତିଶତ ଭୋଟର, କଂଗ୍ରେସକୁ ୩୩ ପ୍ରତିଶତ, ଭିବିଏକୁ ୧୩ ପ୍ରତିଶତ ଓ ଅନ୍ୟାନ୍ୟ ଦଳକୁ ୬ ପ୍ରତିଶତ ଭୋଟର ଭୋଟ୍ ଦେଇଛନ୍ତି । ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ମେଣ୍ଟକୁ ୪୮ପ୍ରତିଶତ ଭୋଟ ମିଳିଥିଲା । ଅନ୍ୟପଟେ କଂଗ୍ରେସକୁ ୨୦୧୪ ନିର୍ବାଚନରେ ୩୭ପ୍ରତିଶତ ଓ ଅନ୍ୟାନ୍ୟ ଦଳକୁ ୧୫ପ୍ରତିଶତ ଭୋଟ ମିଳିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/aa-Cover-hlt86brmdcjilpd1ko36a5ip16-20180725014012.Medi_-1.jpeg)