ନୀଳଗିରି: ଅପାଣିୟା ଭୂତ। ଏହାରି ଭୟ ଯୋଗୁଁ ଏକ ପରିବାରର ଲୋକେ ଜୀବନ ବିକଳରେ ଘର ଛାଡ଼ି ମନ୍ଦିରରେ ଆଶ୍ରୟ ନେଇଛନ୍ତି। ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅଧୀନ ବଉଳଗାଡ଼ିଆ ଅଞ୍ଚଳରେ ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ପାତ୍ରସାହିରେ ଏକ ପରିବାରର ୧୦ ଜଣ ସଦସ୍ୟ ଅପାଣିୟା ଭୂତ ଭୟରେ ୨ ଦିନ ହେବ ଘରୁ ଭୟରେ ପଳେଇ ଆସି ନୀଳଗିରି ରାଧାକିଶୋର ମନ୍ଦିରରେ ଆଶ୍ରୟ ନେଇଛନ୍ତି।
ଗତ ୧ ମାସ ହେବ ଘରେ ବିଭିନ୍ନ ସମୟରେ ଅଶାନ୍ତି ଝଗଡ଼ା ମାରପିଟ ହେଉଥିଲା। ଏହା ଘରର ତିନିଜଣ ସଦସ୍ୟ ମୃତ୍ୟୁବରଣ କରିବା ପରିବାର ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏଥିରେ ପରିବାର ସଦସ୍ୟ ଭୟବିତ୍ତ ହୋଇ ବାଲେଶ୍ୱର ସୁନଟ ଅଞ୍ଚଳର ଏକ ଗୁଣିଆକୁ ଡାକିପଚାରିଥିଲେ। ଗୁଣିଆ ଜଣଙ୍କ ଘର ହୋଇଥିବା ସ୍ଥାନରେ ଏକ ଅପାଣିୟା ଭୂତ ରହିଛି ବୋଲି ଜଣାଇଥିଲେ ଓ ପୂଜା ପାଇଁ ୩୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ପରିବାର ଲୋକଙ୍କୁ କହିଥିଲେ।
ପରିବାର ଲୋକ ରାଜି ହୋଇ ଉକ୍ତ ଗୁଣିଆଙ୍କୁ ଡାକିଥିଲେ। ଗୁଣିଆ ଜଣଙ୍କ ତାଙ୍କ ତନ୍ତ୍ର ବିଦ୍ୟା ମାଧ୍ୟମରେ ଅପାଣିୟା ଯିବା ଆସିବା ରାସ୍ତାରେ ପୂଜାକରୀ କଖାରୁ ବଳି ଦେଇ ପୋତିଥିଲେ ଓ ଅପାଣିୟାର ୫ଟି କଳଶକୁ ନେଯାଇଥିଲେ ଓ ଦୁଇଟି କଳସ ଉପରେ ପରିସ୍ରା କରିବାକୁ ପରିବାର ସଦସ୍ୟଙ୍କୁ କହିଥିଲେ, ଯାହା ଫଳରେ ଅପାଣିୟା ଭୂତ କ୍ରୋଧିତ ହୋଇ ତାର ପ୍ରଭାବ ଦେଖାଇବା ଆରମ୍ଭ କରିବା ସହ ପରିବାର ଲୋକଙ୍କୁ ବିଶ୍ରାମ ହୋଇ ବଳି ମାଗିଥିଲା ଓ ବଳି ନଦେଲେ ପରିବାରର ସମସ୍ତ ସଦସ୍ୟଙ୍କ କ୍ଷତି କରିବ ବୋଲି କହିଥିଲା।
ପରିବାର ଲୋକ ଗୁଣିଆ କଥାରେ ପୂଜା କରିଥିଲେ। ହେଲେ ଗୁଣିଆ ପୂଜାର ଫଳ ଓଲଟା ହେଲା। ପ୍ରେତେକ ଦିନ ପରିବାରର ଜଣେ ଜଣେ ସଦସ୍ୟଙ୍କ ବିଶ୍ରାମ ହୋଇ ତାର ନୀରାକରଣ ପାଇଁ ବିଭିନ୍ନ ଉପାୟ କରିବାକୁ କହିଥିଲା। ଫଳରେ ପରିବାର ଲୋକ ଭୟଭୀତ ହୋଇ ୨ ଦିନ ହେବ ମନ୍ଦିରର ଆଶ୍ରୟ ନେଇଥିଲେ ଓ ଜୀବନ ବଞ୍ଚାଇବା ପାଇଁ ମନ୍ଦିର ଏକମାତ୍ର ସାହାରା ବୋଲି ଅନୁଭବ କରିଥିଲେ। କାହିଁକି ନା ସମସ୍ତ ଆତ୍ମାର ର ପ୍ରଭାଭ ଠାକୁରଙ୍କ ଆଗରେ ଶେଷ ହୋଇଯାଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ପରିବାରର ସମସ୍ତ ସଦସ୍ୟ ଏବେ ଠାକୁରଙ୍କ ଭରସାରେ। ପରିବାର ସଦସ୍ୟମାନେ ନୀଳଗିରି ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି ଯେ ତାଙ୍କ ଘର ଉପରେ କିଛି ଲୋକଙ୍କ ଖରାପ ଦୃଷ୍ଟି ରହିଛି। ତାଙ୍କ ପ୍ରତି କାର୍ଯ୍ୟନୁଷ୍ଠାନ ନେବାକୁ ସେ ସ୍ଥାନୀୟ ପ୍ରଶାସନକୁ ନିବେଦନ କରିଛନ୍ତି।
ରିପୋର୍ଟ: ଦିଲ୍ଲୀପ ସ୍ବାଇଁ
Balasore
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/09/nilagiri-2025-08-09-22-40-24.jpg)