ରାଇରଙ୍ଗପୁର: ଗୁରୁଗୋମକେ ପଣ୍ଡିତ ରଘୁନାଥ ମୁର୍ମୁ ହେରିଟେଜ୍ ଟ୍ରଷ୍ଟ ପକ୍ଷରୁ ଦାଣ୍ଡବୋଷ ଠାରେ ଗୁରୁଗୋମକେଙ୍କ ୧୨୦ତମ ଜନ୍ମ ଜୟନ୍ତୀ ଅବସରରେ ଅଲଚିକି ଉଦଭାବନର ଶତବାର୍ଷିକ ପାଳନ ନେଇ ଏକ ପ୍ରସ୍ତୁତି ବୋଇଠକ ଅବସରରେ ପ୍ରତିନିଧି ମଣ୍ଡଳ ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି।
ଗୁରୁଗୋମକେ ପଣ୍ଡିତ ରଘୁନାଥ ମୁର୍ମୁ ହେରିଟେଜ୍ ଟ୍ରଷ୍ଟ ପକ୍ଷରୁ ମୟୂରଭଞ୍ଜଜିଲ୍ଲା ରାଇରଙ୍ଗପୁର ସ୍ଥିତ ଦାଣ୍ଡବୋଷ ଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୦ ତମ ଜନ୍ମ ଜୟନ୍ତୀ ଅବସରରେ ଅଲଚିକି ଉଦ୍ଭାବନର ଶତ ବାର୍ଷିକ ପୁର୍ତ୍ତି ନେଇ ଆସନ୍ତା ବୈଶାଖ ପୂର୍ଣ୍ଣିମା, ମେ ମାସ ୧୨, ୧୩ ଓ ୧୪ ତାରିଖ ତିନି ଦିନ ଧରି ଏକ ଅନ୍ତର୍ଜାତୀୟ ସ୍ତରର ମହାସମାରୋହ ଆୟୋଜନ କରାଯିବାର ଯୋଜନା ରହିଛି।
ଏହି କାର୍ଯ୍ୟକ୍ରମର ପରିଚାଳନା ଓ ଆୟୋଜନରେ ରାଜ୍ୟ ସରକାରଙ୍କ ପକ୍ଷରୁ ସହଯୋଗ ପ୍ରଦାନ କରାଯିବା ନିମନ୍ତେ ଗୁରୁଗୋମକେ ଟ୍ରଷ୍ଟ ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଅନୁଗ୍ରହ ପତ୍ର ପ୍ରଦାନ କରିବା ସହିତ ବିସ୍ତୃତ ଆଲୋଚନା କରିଥିଲେ। ଆଲୋଚନା ପରେ ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜନ ନେଇ ସବୁଜ ସଂକେତ ମିଳିଥିବା ନେଇ ପ୍ରତିନିଧି ମଣ୍ଡଳ ପକ୍ଷରୁ ସୂଚନା ହସ୍ତଗତ ହୋଇଛି।
ଗୁରୁଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମସ୍ଥାନରେ ଆୟୋଜିତ ହେବାକୁ ଥିବା ଏହି ମହା ସମାରୋହରେ ସାନ୍ତାଳୀ ଭାଷା, ସାହିତ୍ୟ ତଥା ଲିପି ଉପରେ ୩ ଦିବସୀୟ ସମ୍ମିଳନୀ ସାଥୀରେ ଏକ ମେଗା ସାହିତ୍ୟ ଉତ୍ସବ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ସାମିଲ ହେବ। ଏହି ବିଶାଳ ସମାରୋହରେ ଦେଶ ବିଦେଶରୁ ପାଖାପାଖି ୭୦୦୦ (ସାତ ହଜାର) ରୁ ଅଧିକ ପ୍ରତିନିଧି ଭାଗ ନେବେ, ଏହା ସହିତ ବିଭିନ୍ନ ପୃଷ୍ଠଭୂମିରୁ ୧୦୦ରୁ ଅଧିକ ବିଶିଷ୍ଠ ବିଦ୍ବାନ, ଲେଖକ, ଏକାଡେମୀକ ଶିକ୍ଷାବିଦ୍ ଓ ବିଶିଷ୍ଠ ବକ୍ତି ଯୋଗଦାନ କରିବେ। ଏଥି ସହିତ ବିଦେଶରୁ ୧୦ ଜଣ ମାନ୍ୟଗଣ ବ୍ୟକ୍ତି ଏହି ଉତ୍ସବରେ ଯୋଗଦାନ କରିବେ।
ତେବେ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉଦଯାପନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମନ୍ତ୍ରୀତ କରାଯିବାର ଯୋଜନା ରହିଥିବାବେଳେ କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ଡରିରେନ ଓ କଳ୍ପନା ସୋରେନ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମାଙ୍କୁ ନିମନ୍ତ୍ରୀତ କରାଯିବାର କାର୍ଯକ୍ରମ ରଖାଯାଇଛି। ଏହା ସହିତ ସାନ୍ତାଳ ସମ୍ପ୍ରଦାୟର ସମସ୍ତ ନିର୍ବାଚିତ ସାଂସଦ ଏବଂ ବିଧାୟକ ମାନଙ୍କୁ ନିମନ୍ତ୍ରୀତ କରାଯିବାର ଯୋଜନା ରହିଛି। ଗୁରୁଗୋମକେ ପଣ୍ଡିତ ରଘୁନାଥ ମୁର୍ମୁ ହେରିଟେଜ ଟ୍ରଷ୍ଟ ପକ୍ଷରୁ ଟ୍ରଷ୍ଟ ର ସାଧାରଣ ସଚିବ ମଦନ ମୋହନ ସୋରେନ୍, କୋଷାଧ୍ୟକ୍ଷ ଆନ୍ତା ଆଲୋକ ବାସ୍କେ,ଟ୍ରଷ୍ଟ ର ଅଧ୍ୟକ୍ଷ ଚୁନିୟନ ରଘୁନ ମୁର୍ମୁ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ପ୍ରମୁଖଙ୍କ ଏକ ପ୍ରତିନିଧି ମଣ୍ଡଳ ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିବାବେଳେ କାର୍ଯ୍ୟକ୍ରମ ଆୟୋଜନ ନେଇ ସବୁଜ ସଂକେତ ମିଳିଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/02/06/QmUkU4ekhh3tRLyNQfzF.jpg)