କୋରାପୁଟ: ବାରମ୍ବାର ସମୟ ଦେବା ପରେ ମଧ୍ୟ ଜିଲ୍ଲାରେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଥିବା ୧ ଲକ୍ଷ ୧୦ ହଜାର ୪୯୯ ହିତାଧିକାରୀ ଦାଖଲ କରିନାହାନ୍ତି ଇ-କେୱାଇସି। ଏଥିରେ ବେଶି ପରିମାଣର ଶିଶୁ, ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମ, ଦିବ୍ୟାଙ୍ଗ, ଦୃଷ୍ଟିହୀନଙ୍କ ଆଧାରକାର୍ଡ ଅପ୍ଡେଟ୍ ହୋଇ ପାରୁନଥିବାରୁ ସେମାନଙ୍କ ଇ-କେୱାଇସି ଅପଲୋଡ ହୋଇପାରିନଥିବା ଜିଲ୍ଲାପରିଷଦ ବୈଠକରେ ଆଲୋଚନା ହୋଇଥିଲା। 

Advertisment

ତେବେ ଏଥିରେ କିଛି ଭୂତ କାର୍ଡ ବି ରହିଥିବା ସଂଦେହ ପ୍ରକାଶ କରିଛନ୍ତି ୪ ବିଧାୟକ। ଏହି ମାସ ଶେଷ ଅର୍ଥାତ ୩୦ତାରିଖ ସୁଦ୍ଧା ଇ-କେୱାଇସି ଦାଖଲ ନକଲେ ସେମାନେ ପାଉଥିବା ସୁବିଧାରୁ ସବୁଦିନ ପାଇଁ ବଞ୍ଚିତ ହେବେ ଏଭଳି କହିଛନ୍ତି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ। ଅପରପକ୍ଷରେ ସାଇଟ୍ ଠିକରେ ଖୋଲୁନି। ଯଦି ବା ଖୋଲୁଛି ଅପଲୋଡରେ ସମସ୍ୟା ହେଉଥିବା ସୂଚନା ମିଳିଛି।  

ଜିଲ୍ଲା ଯୋଗାଣ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ, ଜିଲ୍ଲାର ବନ୍ଧୁଗାଁ ବ୍ଳକରେ ୫୫ ହଜାର ୯୧୦ ହିତାଧିକାରୀଙ୍କ ମଧ୍ୟରୁ ଗତ ୧୯ତାରିଖ ସୁଦ୍ଧା ୫୭୮୪ ହିତାଧିକାରୀ ଇ-କେୱାଇସି ଦାଖଲ କରିନାହାନ୍ତି। ବୈପାରିଗୁଡାରେ ୯୪ ହଜାର ୮୫୬ରୁ ୭ ହଜାର ୪୧୯, ବୋରିଗୁମ୍ମାରେ ୧ ଲକ୍ଷ ୩୫ ହଜାର ୩୪୯ରୁ ୧୨ ହଜାର ୪୫୫, ଦଶମନ୍ତପୁରରେ ୭୮ ହଜାର ୨୪୭ରୁ ୧୦ ହଜାର ୪୨୩, ଜୟପୁରରେ ୧ ଲକ୍ଷ ୦୪ ହଜାର ୫୪୩ରୁ ୭ ହଜାର ୨୨୫, ଜୟପୁର ପୌରାଞ୍ଚଳରେ ୪୬ ହଜାର ୮୮୧ରୁ ୪ ହଜାର ୧୯୮, କୋରାପୁଟରେ ୫୯ ହଜାର ୭୩୬ରୁ ୬୦୮୮, କୋରାପୁଟ ପୌରାଞ୍ଚଳରେ ୨୧ ହଜାର ୩୭୨ରୁ ୨ ହଜାର ୩୬୦ ଇ-କେୱାଇସି ଦାଖଲ କରିନାହାନ୍ତି।

ସେହିପରି କୋଟପାଡର ୮୫ହଜାର୬୭୧ରୁ ୪ହଜାର ୩୩୯, କୋଟପାଡ ପୌରାଞ୍ଚଳରେ୧୦ ହଜାର ୭୫୨ରୁ ୯୭୫ହିତାଧିକାରୀ ଦାଖଲ କରିନାହାନ୍ତି କେ-ୱାଇସି। କୁନ୍ଦୁରାର ୬୩ ହଜାର ୦୩୪ରୁ ୪ ହଜାର ୫୦୩, ଲମତାପୁଟର ୫୪ ହଜାର ୦୦୯ରୁ ୪ହଜାର ୬୯୦,  ଲକ୍ଷ୍ମୀପୁରର ୬୦ ହଜାର ୩୦୬ରୁ ୮ହଜାର ୦୭୮, ନନ୍ଦପୁରର ୮୬ ହଜାର ୭୪୯ରୁ ୯ହଜାର ୫୫୨, ନାରାୟଣପାଟଣାର ୪୪ ହଜାର ୯୩୭ରୁ ୫ହଜାର ୬୪୮, ପଟ୍ଟାଙ୍ଗୀର ୬୧ହଜାର୭୧୯ରୁ ୬ ହଜାର ୨୭୮, ସେମିଳିଗୁଡାର ୬୮ହଜାର୦୬୨ରୁ ୭ ହଜାର୮୩୫ ଏବଂ ସୁନାବେଡା ପୌରପାଳିକାରେ ୨୬ହଜାର୮୮୭ ହିତାଧିକାରୀଙ୍କ ମଧ୍ୟରୁ ୨ ହଜାର ୬୪୯ ହିତାଧିକାରୀ ଇ- କେୱାଇସି ଦାଖଲ କରି ନାହାନ୍ତି । 

ଜିଲ୍ଲାର୧୪ଟି ବ୍ଲକ, ୩ଟି ପୌରାଚଂଳ, ଗୋଟିଏ ଏନଏସିର ୧୧ଲକ୍ଷ ୫୯ହଜାର ୦୨୦ଜଣ ହିତାଧିକାରୀଙ୍କ ମଧ୍ୟରୁ ୧୦ଲକ୍ଷ ୪୮ହଜାର ୫୨୧ଜଣ ଦାଖଲ କରିଛନ୍ତି। ଆଉ ଦଶ ଦିନ ମଧ୍ୟରେ ୧ଲକ୍ଷ ୧୦ହଜାର ୪୯୯ଜଣ ଦାଖଲ କରିବା ବହୁତ ମୁସ୍କିଲ। କୋରାପୁଟ ଜିଲ୍ଲାରେ ଆଧାର କାର୍ଡ ଅଫଲୋଡ ସହ ଇଣ୍ଟରନେଟରେ ନେଟୱାର୍କ ସମସ୍ୟା ବହୁ ଦୁର୍ଗମ ଅଂଚଳରେ ଦେଖିବାକୁ ମିଳୁଛି। ରାଜ୍ୟସରକାର ବଳକା ଥିବା ହିତିାଧିକାରୀ କାହିଁକି ଅପଲୋଡ କରି ପାରିଲେ ନାହିଁ ତାହାର କାରଣ ଖୋଜିବା ଆବଶ୍ୟକ। ଭୂତ ହିତାଧିକାରୀ ନା ପ୍ରକୃତ ହିତାଧିକାରୀ ଯାଂଚ କରିବା ଆବଶ୍ୟକ। ଚିହ୍ନଟ ଭୂତ ହିତାଧିକାରୀଙ୍କୁ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି ହୋଇଛି।  

Koraput