ବରଗଡ/ବରପାଲି: ବରପାଲି ମହାବିଦ୍ୟାଳୟରେ ଯୁକ୍ତ ତିନି ଥାର୍ଡ ସେମିଷ୍ଟାର ପରୀକ୍ଷାର ପଲିଟିକାଲ ସାଇନ୍ସ ବିଷୟର ପ୍ରଶ୍ନପତ୍ର ଲିକ ହୋଇଥିବା ଘଟଣା ବରପାଲିରେ ଚାଞ୍ଚଲ୍ୟ ଖେଳାଇଛି । ଏ ନେଇ ବରପାଲି ମହାବିଦ୍ୟାଳୟ ଅଧ୍ୟକ୍ଷା ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ୧୦ ଜଣ ଛାତ୍ର, ଜଣେ କିରାଣୀଙ୍କ ସମେତ ୧୨ଜଣଙ୍କୁ ଗିରଫ କରିଥିବା ବିଶ୍ୱସ୍ଥ ସୂତ୍ରରୁ ସୂଚନା ମିଳିଛି ।
ଏକ କମ୍ପ୍ୟୁଟର ଦୋକାନରେ ପ୍ରଶ୍ନପତ୍ର ଜେରକ୍ସ କରାଯାଇ ଲିକ କରାଯାଇଥିଲା । ସ୍ୱାର୍ଡ ଟିମ ଆସି ପରୀକ୍ଷା ସମୟରେ ଯାଞ୍ଚ କରିବା ପରେ କିଛି ଛାତ୍ର ଧରାପଡିଥିଲେ । ଏ ନେଇ ଅଧ୍ୟକ୍ଷା ଜାଣିବା ପରେ ଥାନାରେ ଏତଲା ଦେଇଥିଲେ । ଏହାପରେ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା । ସମ୍ବଲପୁରଜିଲ୍ଲା ନାକଟିଦେଉଲରୁ ପ୍ରଶ୍ନପତ୍ର ଆସିଥିବା ପୁଲିସ ତଦନ୍ତରୁ ଜଣାପଡିଥିଲା । ଏହାପରେ ପୁଲିସ ଯେଉଁ ଛାତ୍ରମାନେ ପ୍ରଶ୍ନପତ୍ର କିଣିଥିଲେ ଓ ପ୍ରଶ୍ନପତ୍ର ବିକ୍ରି କରିଥିବା କିରାଣୀଙ୍କୁ ପୁଲିସ ଗିରଫ କରିଛି । ଏ ଦିଗରେ ବରପାଲି ପୁଲିସ ତଦନ୍ତ ଚଲାଇଛି । ଏ ନେଇ ଏସଡିପିଓ ପି ତ୍ରିପାଠୀଙ୍କୁ ଯୋଗାଯୋଗ କରିବାରୁ ପ୍ରଶ୍ନପତ୍ର ଲିକ ମାମଲାରେ ଛାତ୍ରମାନଙ୍କ ସହ ନାକଟିଦେଉଲର ଜଣଙ୍କୁ ଗିରଫ କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ଏକ କମ୍ପ୍ୟୁଟର ଦୋକାନରେ ପ୍ରଶ୍ନପତ୍ର ଜେରକ୍ସ କରାଯାଇ ଲିକ କରାଯାଇଥିଲା । ସ୍ୱାର୍ଡ ଟିମ ଆସି ପରୀକ୍ଷା ସମୟରେ ଯାଞ୍ଚ କରିବା ପରେ କିଛି ଛାତ୍ର ଧରାପଡିଥିଲେ । ଏ ନେଇ ଅଧ୍ୟକ୍ଷା ଜାଣିବା ପରେ ଥାନାରେ ଏତଲା ଦେଇଥିଲେ । ଏହାପରେ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା । ସମ୍ବଲପୁର ଜିଲ୍ଲା ନାକଟିଦେଉଲରୁ ପ୍ରଶ୍ନପତ୍ର ଆସିଥିବା ପୁଲିସ ତଦନ୍ତରୁ ଜଣାପଡିଥିଲା । ଏହାପରେ ପୁଲିସ ଯେଉଁ ଛାତ୍ରମାନେ ପ୍ରଶ୍ନପତ୍ର କିଣିଥିଲେ ଓ ପ୍ରଶ୍ନପତ୍ର ବିକ୍ରି କରିଥିବା କିରାଣୀଙ୍କୁ ପୁଲିସ ଗିରଫ କରିଛି । ଏ ଦିଗରେ ବରପାଲି ପୁଲିସ ତଦନ୍ତ ଚଲାଇଛି । ଏ ନେଇ ଏସଡିପିଓ ପି ତ୍ରିପାଠୀଙ୍କୁ ଯୋଗାଯୋଗ କରିବାରୁ ପ୍ରଶ୍ନପତ୍ର ଲିକ ମାମଲାରେ ଛାତ୍ରମାନଙ୍କ ସହ ନାକଟିଦେଉଲର ଜଣଙ୍କୁ ଗିରଫ କରାଯାଇଛି । ତଦନ୍ତ ଜାରି ରହିଥିବାରୁ ଅଧିକ ସୂଚନା ଦେଇ ହେବନି ବୋଲି କହିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/01/31/4y05WoUrMvZMceS7B29A.jpg)