ରାଉରକେଲା: ସୁନ୍ଦରଗଡ଼ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ବଡ଼ ପୁରୁଣାପାଣି ନିକଟ ୧୪୩ ନମ୍ୱର୍ ଜାତୀୟ ରାଜପଥରେ ସିରିଜ୍ ଦୁର୍ଘଟଣାରେ ୧୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୬ ଜଣ ମହିଳା, ଦୁଇ ଶିଶୁ ଏବଂ ୪ ଜଣ ପୁରୁଷ ଅଛନ୍ତି। ଆହତମାନେ ଏକ ଅଟୋରେ ଲହୁଣୀପଡ଼ା ସାପ୍ତାହିକ ହାଟରୁ କପଣ୍ଡ ଗାଁ କୁ ଫେରୁଥିବା ବେଳେ ଏକ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା।
କାରଟି ବାରକୋଟ ଆଡୁ ରାଉରକେଲା ଅଭିମୁଖେ ଯାଇଥିଲା। ପଛରେ ଆସୁଥିବା ଏକ ବାଇକ୍ ମଧ୍ୟ କାର ସହ ପିଟି ହୋଇ ଯାଇଥିଲା। ଫଳରେ ଲୋକ ମାନେ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକେ ଏବଂ ପୋଲିସ୍ ସଙ୍ଗେ ସଙ୍ଗେ ଆହତ ମାନଙ୍କୁ ଲହୁଣୀପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ। ସେଠାରେ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ନହେବାରୁ ଅଧିକ ଚିକିତ୍ସା ଲାଗି ଆହତଙ୍କୁ ରାଉରକେଲା ପଠା ଯାଇଛି।
Accident | sundargarh
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/06/29/69b96c8f-c930-4ff0-aa76-3deb538ca0e8-2025-06-29-19-15-16.jpg)