ଲକ୍ଷ୍ମୀପ୍ରସାଦ: ଭଗବାନଙ୍କ ବିଚିତ୍ର ଲୀଳାl ଏହି ଧରାପୃଷ୍ଟକୁ ଆଣିଲା ପରେ କାହାକୁ ଠିକ୍ରେ ପ୍ରତିପୋଷଣ କରନ୍ତି ତ କାହାକୁ ଦୁଃଖ ଉପରେ ଦୁଃଖ ଦେଇ କଷ୍ଟ ଦିଅନ୍ତିl ଏଥିରେ କଷ୍ଟ ଭୋଗୁଥିବା ପ୍ରାଣୀଟି ପୂର୍ବ ଜନ୍ମିତ ପାପ ପାଇଁ ଏହି ଦୁଃଖ ପଡୁଛି ବୋଲି ସହି ଯାଏl ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ନାରାୟଣନଗର ଗ୍ରାମର କୀର୍ତ୍ତନ ମେହେରଙ୍କ ପୁଅ ଶିବା ମେହେର (୧୨) ଯିଏ ଦୁନିଆକୁ ଆସି ବାପା-ମା’ଙ୍କ ସାଥିରେ ରହି ଖେଳା ବୁଲା କରିବା କଥା। ସେ ବର୍ତମାନ ବ୍ରେନ ଟ୍ୟୁମର କ୍ୟାନ୍ସର ରୋଗରେ ପଡ଼ିଛିl
ଶିବା ଷଷ୍ଠ ଶ୍ରେଣୀର ଛାତ୍ର। ଗତ ମାର୍ଚ୍ଚ ମାସରେ ପରୀକ୍ଷା ସରିଲା ପରେ ସାଥି ସାଙ୍ଗମାନଙ୍କ ସହ ଖେଳା ବୁଲା ପରି ପାଠ ପଢିବାକୁ ଯାଉଥିଲାl ହଠାତ ମାର୍ଚ୍ଚ ୩୦ ତାରିଖ ଦିନ ଦେହ ଅସୁସ୍ଥ ଥିବାରୁ ବାପା-ମା’ ତାକୁ ବୌଦ୍ଧ ଡାକ୍ତରଖାନାକୁ ନେଇଥିଲେ। ହେଲେ ଡାକ୍ତର ତାକୁ ବାହାରକୁ ନେଇ ଯାଇ ଚିକିତ୍ସା କରିବାକୁ ପରାମର୍ଶ ଦେଇଥିଲେl ବାପା-ମାଡ଼ ଚିକିତ୍ସା ପାଇଁ ତୁରନ୍ତ ଭୁବନେଶ୍ୱରର ଏକ ଘୋରେଇ ଚିକିତ୍ସାଲୟରେ ଭର୍ତ୍ତି କରିଛନ୍ତିl ହାତରେ ଥିବା ବାପାଙ୍କ ସମସ୍ତ ଟଙ୍କା ଖର୍ଚ୍ଚ ହୋଇଗଲାଣିl ତାହା ସହ ସରକାରଙ୍କ ତରଫରୁ ମିଳିଥିବା ଆୟୁଷ୍ମାନ କାର୍ଡର ଟଙ୍କା ସରି ସାରିଲାଣିl
ଗ୍ରାମର କୀର୍ତ୍ତନ ମେହେରଙ୍କ ପୁଅ ଶିବା ମେହେର, ଯିଏ ଦୁନିଆକୁ ଆସି ବାପା-ମା’ଙ୍କ ସାଥିରେ ରହି ଖେଳା ବୁଲା କରିବା କଥା। ସେ ବର୍ତମାନ ବ୍ରେନ ଟ୍ୟୁମର କ୍ୟାନ୍ସର ରୋଗରେ ପଡ଼ିଛିl
ଏବେ ଡାକ୍ତର କହୁଛନ୍ତି ଶିବାକୁ ଅଧିକ ଟଙ୍କା ହେଲେ ଯାଇ ଭଲ କରିହେବl ଏଥିରେ ସେ ଟଙ୍କା ଯୋଗାଡ଼ କରିବାକୁ ତାଙ୍କୁ ସାହସ ପାଉନାହିଁl ବାପା କୀର୍ତ୍ତନଙ୍କ ଜମିବାଡ଼ି କିଛି ନାହିଁ। ଲୁଗାବୁଣି ପରିବାର ପ୍ରତିପୋଷଣ କରୁଥିଲେl ପାଖରେ ଥିବା ସମସ୍ତ ଗହଣା, ବାସନକୁସନ ସବୁ ବିକି ଭାଙ୍ଗି ଦେଇ ପୁଅ ପାଇଁ ଖର୍ଚ୍ଚ କଲେଣିl ପିଲାକୁ କେମିତି ଭଲ କରିବେ ବାପା-ମା’ ଲାଗି ପଡିଛନ୍ତିl ହାତରେ ବର୍ତ୍ତମାନ ଟଙ୍କା ଟିଏ ନାହିଁl
ଶିବା ବ୍ରେନ ଟ୍ୟୁମର କ୍ୟାନ୍ସରରେ ଆକ୍ରାନ୍ତ ଯୋଗୁଁ ଖାଇ ପାରୁ ନାହିଁl ସଂଜ୍ଞାହୀନ ଅବସ୍ଥାରେ ମେଡିକାଲରେ ପଡ଼ି ରହିଛି l ଏପଟେ ଅଜା ରବି ମେହେର ମାଗି ଯାଚି ଯାହା ଆଣୁଛନ୍ତି ନାତିର ଚିକିତ୍ସା ପାଇଁ ମେଡିକାଲକୁ ଟଙ୍କା ପଠାଉଛନ୍ତିl କୋହଭରା କଣ୍ଠରେ ଏନେଇ କୀର୍ତ୍ତନ ସମ୍ବାଦକୁ ସୂଚନା ଦେଇଛନ୍ତିl ଆଉ କହିଛନ୍ତି ଯେଉଁ ସହୃଦୟ ବ୍ୟକ୍ତି ଶିବାର ଚିକିତ୍ସା ପାଇଁ ଦାନ କରିବାକୁ ଚାହୁଁଥିଲେ ମୋ ସାନଭାଇ ଦୁର୍ଯ୍ୟୋଧନ ମେହେରଙ୍କ ୟୁପିଆଇ ନମ୍ବର ୮୦୧୮୩୫୮୧୮୮ରେ ଦେବା ସହ ଭାରତୀୟ ଷ୍ଟେଟ ବ୍ୟାଙ୍କ, ଜହ୍ନlପଙ୍କ, ଜମାଖାତା ନମ୍ବର ୩୩୪୩୬୩୧୬୩୯ରେ ପ୍ରଦାନ କରିବାକୁ କୀର୍ତ୍ତନ ଅନୁରୋଧ କରିଛନ୍ତିl
Boudh