କଟକ: ଗଞ୍ଜାମଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳରେ ଗତ ସାଧାରଣ ନିର୍ବାଚନ ସମୟରେ ହୋଇଥିବା ରାଜନୈତିକ ହିଂସାକାଣ୍ଡରେ ଜଣଙ୍କର ମୃତ୍ୟୁ ଓ ଏକାଧିକ ଗୁରୁତର ଆହତ ହେବା ଘଟଣାରେ ଗିରଫ ହୋଇ ଜେଲରେ ଥିବା ୧୩ଜଣ ଅଭିଯୁକ୍ତଙ୍କୁ ହାଇକୋର୍ଟ ଆଜି ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ହାଇକୋର୍ଟ ମନୋଜ କୁମାର ପ୍ରଧାନ, ବନମାଳି ପ୍ରଧାନ, କୋନାକା ନାହାକ, ଜିତେନ୍ଦ୍ର ତରାଇ, ସମୀର ସାହୁ, ଗୋପୀ ଗୌଡ଼, ମନୁ ତରେଇ, ଦୀପକ କୁମାର ନାହାକ, ଶ୍ରୀକାନ୍ତ ପ୍ରଧାନ, କୁମର ତରାଇ, କନ୍ଧ ତରେଇ, ଶ୍ରୀତମ ପହାଣ ଓ ସୁଦର୍ଶନ ପହାଣଙ୍କୁ ଜାମିନରେ ଛାଡ଼ିବାକୁ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଖଲ୍ଲିକୋଟ ଥାନା ଅନ୍ତର୍ଗତ  ଶ୍ରୀକୃଷ୍ଣଶରଣପୁର ଅଞ୍ଚଳରେ ଗତ ସାଧାରଣ ନିର୍ବାଚନ ସମୟରେ ମେ ୧୫ ତାରିଖରେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକମାନେ ପୋଷ୍ଟର ମାରିବା ବେଳେ ଅନ୍ୟ ଏକ ଦଳର କେତେକ ସମର୍ଥକ ଏହାକୁ ବିରୋଧ କରିଥିଲେ। ସଂଧ୍ୟାରେ ଦିଲ୍ଲୀପ ପହାଣଙ୍କୁ ବିରୋଧୀ ରାଜନୈତିକ ଦଳର ୨୨ରୁ ୩୦ ସମର୍ଥକ ଖଣ୍ଡା, କାତି, ଲାଠିରେ ଆକ୍ରମଣ କରିଥିଲେ। ଖବର ପାଇ ଦିଲ୍ଲୀପଙ୍କୁ ବଞ୍ଚାଇବାକୁ ଯାଇଥିବା ତାଙ୍କ ପରିବାର ସଦସ୍ୟ ଓ ଅନ୍ୟମାନଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା। ଏହି ହିଂସାକାଣ୍ଡରେ ଦିଲ୍ଲୀପଙ୍କ ମୃତ୍ୟୁ ହୋଇଥିଲା। ଖଲ୍ଲିକୋଟ ଥାନାରେ ମୃତକଙ୍କ ବାପା ଦେଇଥିବା ଏତଲା ଆଧାରରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ୧୩ଟି ନିୟମିତ ଜାମିନ ଆବେଦନର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।  ପ୍ରତ୍ୟେକ ଅଭିଯୁକ୍ତଙ୍କୁ ୫୦ହଜାର ଟଙ୍କାର ଜଣେ ଜାମିନଦାର ବଦଳରେ ଜାମିନରେ ଛାଡ଼ିବାକୁ ନିମ୍ନ ଅଦାଲତ ନିର୍ଦ୍ଦେଶ ‌ଦେବେ। ଜାମିନରେ ଯିବା ପରେ ଅଭିଯୁକ୍ତମାନେ ମୃତକଙ୍କ ପରିବାର ସଦସ୍ୟଙ୍କୁ କୋଣସି ଧମକ ଚମକ ଦେବେ ନାହିଁ କିମ୍ବା ସାକ୍ଷ୍ୟ ପ୍ରମାଣକୁ ପ୍ରଭାବିତ କରିବା ଭଳି କାର୍ଯ୍ୟ କରିବେ ନାହିଁ ବୋଲି ହାଇକୋର୍ଟ ସର୍ତ୍ତାରୋପ କରିଛନ୍ତି। ନିମ୍ନ ଅଦାଲତ ମଧ୍ୟ ଆବଶ୍ୟକ ସର୍ତ୍ତ ଧାର୍ଯ୍ୟ କରି‌ ପାରିବେ ବୋଲି ହାଇକୋର୍ଟ କହିଛନ୍ତି। 


ମାମଲାର ବିବରଣୀରୁ ପ୍ରକାଶ ଯେ ଖଲ୍ଲିକୋଟ ଥାନା ଅନ୍ତର୍ଗତ  ଶ୍ରୀକୃଷ୍ଣଶରଣପୁର ଅଞ୍ଚଳରେ ଗତ ସାଧାରଣ ନିର୍ବାଚନ ସମୟରେ ମେ ୧୫ ତାରିଖରେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକମାନେ ପୋଷ୍ଟର ମାରିବା ବେଳେ ଅନ୍ୟ ଏକ ଦଳର କେତେକ ସମର୍ଥକ ଏହାକୁ ବିରୋଧ କରିଥିଲେ। ସଂଧ୍ୟାରେ ଦିଲ୍ଲୀପ ପହାଣଙ୍କୁ ବିରୋଧୀ ରାଜନୈତିକ ଦଳର ୨୨ରୁ ୩୦ ସମର୍ଥକ ଖଣ୍ଡା, କାତି, ଲାଠିରେ ଆକ୍ରମଣ କରିଥିଲେ। ଖବର ପାଇ ଦିଲ୍ଲୀପଙ୍କୁ ବଞ୍ଚାଇବାକୁ ଯାଇଥିବା ତାଙ୍କ ପରିବାର ସଦସ୍ୟ ଓ ଅନ୍ୟମାନଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା। ଏହି ହିଂସାକାଣ୍ଡରେ ଦିଲ୍ଲୀପଙ୍କ ମୃତ୍ୟୁ ହୋଇଥିଲା। ଖଲ୍ଲିକୋଟ ଥାନାରେ ମୃତକଙ୍କ ବାପା ଦେଇଥିବା ଏତଲା ଆଧାରରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା।