ରାଉରକେଲା: ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା। ଦେଓଗାଁ ମୁଣ୍ଡା ବସ୍ତିରେ ଜୁଆଖେଳରେ ମାତିଥିଲେ ୧୩ ଜଣ ଜୁଆଡ଼ି। ଏନେଇ ଗୁପ୍ତ ସୂଚନା ପାଇ ରଘୁନାଥପାଲି ପୁଲିସ ଅତର୍କିତ ଚଢ଼ଉ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଡାସହ ସେମାନଙ୍କ ପାଖରୁ ୮,୬୫,୨୦୦ ଟଙ୍କା ଉଦ୍ଧାର କରିଛି।
ଅଭିଯୁକ୍ତମାନେ ହେଉଛନ୍ତି, ପ୍ଲାଣ୍ଟ୍ସାଇଟ୍ ଅଞ୍ଚଳର ଆବିଦ ହୁସେନ(୪୦), ପାନପୋଷ ବସ୍ତିର ରୂପେଶ ଜୟସ୍ବାଲ(୩୪), ସୁଶାନ୍ତ ବିଶ୍ବାଳ(୩୪), ବୀରମିତ୍ରପୁରର ରୋଶନଲାଲ ଅଗ୍ରୱାଲ(୫୭), ସନ୍ତୋଷ ସାହୁ(୩୪), ଲାଠିକଟାର ଶ୍ରୀକାନ୍ତ କବି(୪୬), ଦେଓଗାଁର ଶଙ୍କରଲାଲ ସାହୁ(୫୬), ନୂଆଗାଁ ଯୋକେତାର ଗଜେନ୍ଦ୍ର ସାହୁ(୩୦), ଶିବପ୍ରସାଦ ସାହୁ(୪୦), ପିଟର ଖେସ୍(୪୯), କାଂଶବାହାଲର ଲଖନ ମାଝୀ(୪୯), ସିଭିଲ ଟାଉନସିପ୍ର ରାଜେନ୍ଦ୍ର ଅଗ୍ରୱାଲ(୪୨), ରାଉରକେଲା ଡେଲିମାର୍କେଟ୍ର ପ୍ରବେଶ ସାହୁ(୪୩)। ଅଭିଯୁକ୍ତମାନେ ଗତ କିଛି ଦିନ ହେଲା ମୁଣ୍ଡା ବସ୍ତିରେ ଜୁଆ ଖେଳୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/11/01/hh6TwY4vIpYsr52qfRwJ.jpeg)