ନବରଙ୍ଗପୁର: ଚଳିତ ବର୍ଷ ଖରିଫ ମଣ୍ଡିରେ ଧାନ ବିକ୍ରି କରିବାକୁ ଚାଷୀ ପଂଜୀକରଣ ଗତ ୧୯ରୁ ଆରମ୍ଭ ହୋଇ ଅଗଷ୍ଠ ୨୦ତାରିଖ ଯାଏଁ  ଚାଳିବ। ନବରଙ୍ଗପୁର ଜିଲ୍ଲାରେ ୯୫ହଜାର ହେକ୍ଟର ଜମିରେ ଖରିଫ ଧାନ ଚାଷ କରାଯାଉଛି। ବୁଧବାର  ସଂଧ୍ୟା ପର୍ଯ୍ୟନ୍ତ ମଣ୍ଡିରେ ଧାନ ବିକ୍ରି କରିବାକୁ ୧୩ଟି ଲ୍ୟାମ୍ପ, ୪୪ଟି ଏସଏଚଜି, ୨ଟି ପାଣିପଂଚାୟତ କ୍ରୟକାରୀ ସଂସ୍ଥା ଜରିଆରେ ୧୪ହଜାର ୦୯୩ଜଣ ଚାଷୀ, ୯୫୨୪ଟି କୃଷକ କାର୍ଡ ଦାଖଲ କରି ପଂଜୀକୃତ କରିଥିବା ଜିଲ୍ଲା ଯୋଗାଣ ବିଭାଗରୁ ସୂଚନା ମିଳିଛି। କ୍ରୟକାରୀ କେନ୍ଦ୍ରର ନେଟ୍ ଧିମା ଥିବାରୁ କେୱାଇସି ଓ ସମସ୍ତ ଡାଟା ଅ‌ଫଲୋଡ କରିବା ସମୟ ଯାଏଁ ସାଇଟ୍ ଖୋଲା ରହୁନଥିବାରୁ ଚାଷୀମାନେ ନାହିଁ ନଥିବା ହଇରାଣର ସମ୍ମୁଖୀନ ହେଉଛନ୍ତି।

Advertisment

ଚାଷୀମାନେ ବାଧ୍ୟ ହୋଇ ବାରମ୍ବାର ଏସବୁ ଅପଲୋଡ କରିବାରେ ଲାଗିଛନ୍ତି। ଗତ ରବିମଣ୍ଡି ୬୪୨ ପ୍ଲଟରେ ଚାଷ ନକରି ମଣ୍ଡିରେ ଧାନବିକ୍ରି ପାଇଁ ପଞ୍ଜୀକରଣ କରିବା ଚାଷୀଙ୍କୁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଖରିଫ ମଣ୍ଡିରେ ଜିଲ୍ଲାର ୧୩ଟି କ୍ରୟକାରୀ ସଂସ୍ଥା ଲ୍ୟାମ୍ପରେ ୫ହଜାର ୩୫୧ଜଣ ଚାଷୀ, ୩୫୪୩ଟି କୃଷକ କାର୍ଡ ସହ ପଂଜୀକରଣ କରାଇଛନ୍ତି। ୪୪ଟି ମହିଳା ସ୍ବୟଂ ସହାୟକ ଦଳ ଜରିଆରେ ୮ହଜାର ୩୯୧ଜଣ ଚାଷୀ, ୫୭୦୧ଟି କୃଷକ କାର୍ଡ ସହ ପଂଜୀକରଣ କରାଇଛନ୍ତି।

ସେହିପରି ୨ଟି ପାଣି ପଂଚାୟତ ଜରିଆରେ ୩୫୧ଜଣ ଚାଷୀ ୨୮୦ଟି କୃଷକ କାର୍ଡ ସହ ଧାନ ବିକ୍ରି କରିବାକୁ ପଂଜୀକରଣ କରାଇଛନ୍ତି। ଡିଜିଟାଇଜେସନ୍ ହୋଇସାରିଥିବା ଚାଷୀଙ୍କ ବିବରଣୀ ଅନୁଯାୟୀ ଯୁଗ୍ମ କମିଟି ବି ଯାଂଚ କରୁଛନ୍ତି। ଆସନ୍ତା ଦିନରେ ସେମାନଙ୍କ ଯାଂଚ କାମ ସରିଲେ ପ୍ରକୃତରେ କେତେ ଚାଷୀ ଧାନ ବିକ୍ରି କରିବାକୁ ଯୋଗ୍ୟ ତାହା ସ୍ପଷ୍ଟ ରୁପେ ଜଣାପଡ଼ିବ ବୋଲି କହିଛନ୍ତି ସୂଚନା ମିଳିଛି।

ରାଜ୍ୟ ସରକାର କୌଣସି ପରିସ୍ଥିତିରେ କୌଣସି ଚାଷୀଙ୍କୁ ବାଦ୍ ଦିଆଯିବ ନାହିଁ ବୋଲି ଘୋଷଣା କରିଛି। ଜମିର ‌ଆରଓଆର (ମାଲିକାନାସତ୍ତ୍ବ) ବାପା କିମ୍ବା ଜେଜେ ବାପାଙ୍କ ନାଁରେ ଥିଲେ ସେମାନେ ସେଲଫ୍ ଡିକ୍ଲେରେସନ୍ ଫର୍ମ (ଆତ୍ମ ଘୋଷଣା ଫର୍ମ) ଦାଖଲ କରି ପଂଜୀକରଣ କରି ପାରିବେ ବୋଲି ନବରଙ୍ଗପୁର ଗସ୍ତରେ ଆସିଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି। ରବିମଣ୍ଡି ୬୪୨ ପ୍ଲଟରେ ଚାଷ ନକରି ମଣ୍ଡିରେ ଧାନବିକ୍ରି ପାଇଁ ପଞ୍ଜୀକରଣ କରିଥିବା ଚାଷୀଙ୍କୁ ସମବାୟ ବିଭାଗ ପକ୍ଷରୁ ନୋଟିସ୍ କରାଯାଇଥିବା କହିଛନ୍ତି ଜିଲ୍ଲା ସମବାୟ ସମିତି ସମୂହ ସହକାରୀ ନିବନ୍ଧକ ଶିବଶଙ୍କର ପ୍ରଧାନ। ଚାଷୀମାନେ ୭ ଦିନ ମଧ୍ୟରେ ଡିଆରସିଏସଙ୍କୁ ସ୍ପଷ୍ଟୀକରଣ ଦେଇ ନପାରିଲେ ଆଗାମୀ ୧ ବର୍ଷ ପାଇଁ ସେମାନଙ୍କୁ ପଞ୍ଜୀକରଣରୁ ବାଦ ଦିଆଯିବ। ଗୋଟିଏ ବର୍ଷ ପାଇଁ ଅମଳ ଧାନକୁ ମଣ୍ଡିରେ ବିକ୍ରି କରିବା ସୁଯୋଗ ହରାଇବେ ବୋଲି ନିର୍ଦ୍ଦେଶ ରହିଛି।

Nabarangpur | Farmers